ଜନ୍ମ ଦିନରେ ବିଦ୍ୟାଳୟ ହତାରେ ବୃକ୍ଷରୋପଣ କଲେ ଶିକ୍ଷକ

0
257

ବ୍ରହ୍ମପୁର, ୦୯/୦୯/୨୦୨୧( ଟୁକୁନା ପ୍ରଧାନ)-: ‘ଦେବାଳୟ , ବିଦ୍ୟାଳୟ,ପୂଣ୍ୟ ଗ୍ରାମପଥ; ଜାଣିଶୁଣି ଯେଉଁ ଜନ କରଇ ଦୂଷିତ-ତା’ର ଇହ ପର କାଳ ଜାଣ ନାଶ ଯାଇ। ମୃତ୍ୟୁ ଅନ୍ତେ ମହା ନର୍କେ ସେ ଜନ ପଡ଼ଇ ।’ଏହି ଲୋକ ପ୍ରିୟ ସଚେତକ କବିତା ପଙ୍କ୍ତି ଟିର କବି ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବେଲଝରି ପ୍ରକଳ୍ପ ଉ.ପ୍ରା.ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଭାତ କୁମାର ମିଶ୍ର । ଉଚ୍ଚ ଶିକ୍ଷା ଗତ ଯୋଗ୍ୟତା ସତ୍ତ୍ବେ ସେ ବେଗୁନିଆପଡ଼ା ବ୍ଲକ ରେ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ରେ ଦୀର୍ଘ ୩୦ ବର୍ଷ ଧରି ଶିକ୍ଷକତା କରି ଆସୁଛନ୍ତି । ଚାକିରୀ ଆରମ୍ଭରେ ପ୍ରଚଳିତ ଥିବା ସାକ୍ଷର ଗଞ୍ଜାମ ଠାରୁ ଆରମ୍ଭ କରି ବର୍ତ୍ତମାନ ର ସମଗ୍ର ଶିକ୍ଷା ଅଭିଯାନ ପର୍ଯ୍ୟନ୍ତ ଶ୍ରୀଯୁକ୍ତ ମିଶ୍ର ବ୍ଲକ, ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରର ସମ୍ବଳ ଶିକ୍ଷକ (resource person)ଭାବେ ପ୍ରଶଂସନୀୟ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କ ସୃଜନଶୀଳ ପାଠ ପଢ଼ାଇବା ଢଙ୍ଗ ବେଶ୍ ମନୋମୁଗ୍ଧକର ବୋଲି ଆଲୋଚିତ ହୁଏ । ୭ ବର୍ଷ ସି.ଆର୍.ସି.ସି. ରହି କୋଦଳା କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟ ଗୁଡ଼ିକର ପାରିପାର୍ଶ୍ବିକ ଉନ୍ନତି ବିଧାନ କରିବା ସହିତ ଏହାକୁ “ସ୍ଵର୍ଣ୍ଣାଞ୍ଚଳ”ରେ ନାମିତ କରି ତଦାନୀନ୍ତନ କମିଶନର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି । ୭୫ ତମ ସ୍ଵାଧୀନତା ଦିବସ ଅବସରରେ ସେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ଠାରୁ ବର୍ଷ ୨୦୨୦-୨୧ ସକାଶେ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ଲାଭ କରିଛନ୍ତି । କରୋନା କାଳରେ ସଙ୍ଗରୋଧି ମାନଙ୍କୁ ଯୋଗ ପ୍ରାଣାୟମ ଶିକ୍ଷା ଦେବା ସାଙ୍ଗକୁ ବର୍ତ୍ତମାନ ପରିସ୍ଥିତିରେ ସାହି ସାହିରେ ପିଲାମାନଙ୍କୁ କୋଭିଡ୍ ମାର୍ଗଦର୍ଶିକା ସହ ନିୟମିତ ଯୋଗ,ପ୍ରୀଣାୟମ , ପ୍ରାର୍ଥନା ଓ ସାଧାରଣ ଜ୍ଞାନ ଓ ଶିଷ୍ଟାଚାର(ନିଃଶୁକ୍ଳ)ଶିକ୍ଷା ଦେଉଅଛନ୍ତି । ହିନ୍ଦୁ ପଞ୍ଜିକା ଅନୁସାରେ ତାଙ୍କ ଜନ୍ମଦିନ ବାଲି ତୃତୀୟା ହୋଇଥିବାରୁ ନିଜ ବିଦ୍ୟାଳୟ ହତାରେ ଏହି ଦିନ ଅର୍ଥାତ୍ ତା ୯. ୦୯. ୨୧ ରିଖ ରେ ବୃକ୍ଷରୋପଣ କରି ସେ ଜନ୍ମ ଦିନ ପାଳନ କରିଛନ୍ତି । ତାଙ୍କର ଏତାଦୃଶ କାର୍ଯ୍ୟ କୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here