ଗୌତମୀରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଚେତନା ବୈଠକ ଅନୁଷ୍ଠିତ

0
209

ବ୍ରହ୍ମପୁର, ୧୨/୦୯/୨୦୨୧: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମୀ ପଞ୍ଚାୟତ ସଦର ଗ୍ରାମରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ଏକ ସାଧାରଣ ସଚେତନା ବୈଠକ ଅନୁଷ୍ଠିତ ହୋଇଅଛି । ବ୍ଲକ ସ୍ତରରେ ନୂତନ ଭାବେ ପଞ୍ଜିକୃତ ହୋଇଥିବା ଅଞ୍ଚଳର ପ୍ରାୟ ଦୁଇଶହ ନିର୍ମାଣ ଶ୍ରମିକଙ୍କ ସମାବେଶରେ ଅନୁଷ୍ଠିତ ଏହି ସଚେତନା ବୈଠକରେ ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରମିକଙ୍କୁ ଦିଆଯାଉଥିବା ସୁବିଧା ଓ ସାମାଜିକ ସୁରକ୍ଷା ନେଇ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ଆସିକା ସାଂସଦଙ୍କ ବ୍ଲକ ପ୍ରତିନିଧି ଶ୍ରୀ ଅନ୍ତର୍ଯ୍ୟାମୀ ସ୍ବାଇଁ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଓଡ଼ିଶାର ନବୀନ ସରକାରଙ୍କ ସଂଗଠିତ ନିର୍ମାଣ ଶ୍ରମିକଙ୍କ ପ୍ରତି ଥିବା ଉତ୍ତରଦାୟିତ୍ଵବୋଧକୁ ନେଇ ପ୍ରସଙ୍ଗ ଭିତ୍ତିରେ ଅବତାରଣା କରିଥିଲେ । ଶ୍ରମିକଙ୍କ କନ୍ୟା ବାହାଘର ପାଇଁ ଥିବା ପ୍ରୋତ୍ସାହନ ବ୍ୟବସ୍ଥା , ସନ୍ତାନ ମାନଙ୍କ ଶିକ୍ଷା ବ୍ୟବସ୍ଥା ତଥା ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ପ୍ରଦାନ ବ୍ୟବସ୍ଥା ନେଇ ଉପସ୍ଥିତ ପଞ୍ଜୀକୃତ ନୂତନ ଶ୍ରମିକଙ୍କୁ ଅବତାରଣା କରିଥିଲେ । ଅନୁଷ୍ଠିତ ଏହି ବୈଠକରେ ବିଜୁ ନିର୍ମାଣ ଶ୍ରମିକ ସଂଗଠନର ସ୍ଥାନୀୟ ସଂଯୋଜକ ପ୍ରଶାନ୍ତ କୁମାର ରେଡ୍ଡୀ , ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ପାତ୍ର ପ୍ରମୁଖ ଅଂଶଗ୍ରହଣ କରି ଶ୍ରମିକ ସମାଜର ଉତ୍ତ୍ରରତ୍ତୋର ଉନ୍ନତିରେ ବିଜେଡିର ଆଭିମୂଖ୍ୟକୁ ନେଇ ନିଜନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ୟୁ ମନୋଜ ରାଓ , ଟୁକୁନା ନାହାକ , ଏନ୍ ଗୋବିନ୍ଦ ରେଡ୍ଡୀ , ବିନାୟକ ସ୍ବାଇଁ , ପି ସୁରେନ୍ଦ୍ର ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here