ଗଣେଶଙ୍କ ପୂଜାରେ ସାମୂହିକ ଦ୍ଵୀପଦାନ

0
175

ବ୍ରହ୍ମପୁର, ୧୪/୦୯/୨୦୨୧: ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୋଲାପଲ୍ଲି ସାହି ସେବକ ନଗର ଠାରେ ଆୟୋଜିତ ଗଣେଶ ପୂଜା ରେ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀନିବାସ ରାଓ ଓ ସୁରେଶ ରାଓ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଗଣେଶ ପୂଜା ଉପଲକ୍ଷେ ୧୧ ସହ ଦ୍ୱୀପଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ , ସମ୍ମାନୀତ ଅତିଥି ବରିଷ୍ଟ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ଯୋଗଦେଇଥିଲେ । କାରଗିଲ ଟ୍ରଫି ର ମୁଖ୍ୟ ପରିଚାଳକ ଚିନ୍ତା ମଣି ନାୟକ , ଅନୁରାଧା ହାତୀ , ସଞ୍ଜୟ ହାତୀ , ଝୁନୁ ବେହେରା , ମହେଶ ରାଓ ,ନର୍ସିଙ୍ଗ ବିଷୋୟୀ , ଶିବା ରାଓ ,ଏମ. ଗଣେଶ ରାଓ ,ଏମ. ଶାନ୍ତି ସହ ସାହିର ଅନ୍ୟାନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here