ରୁପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡିକର ଯତ୍ନ ପ୍ରଧାନ ଶିକ୍ଷକ ଗଣ ନେବା ଆବଶ୍ୟକ: ଜିଲ୍ଲାପାଳ

0
145

ଛତ୍ରପୁର,୧୪/୦୯/୨୦୨୧ : ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ ୧୬୭ ଗୋଟି ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ଅନ୍ତର୍ଗତ ରୁପାନ୍ତର କାର୍ଯ୍ୟ ଚାଲୁଅଛି । ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ସମସ୍ତ ବିଦ୍ୟାଳୟ ଗୁଡିକର ରୁପାନ୍ତର ନିର୍ଦ୍ଦିଷ୍ଠ ସମୟସୀମା ମଧ୍ୟରେ ଶେଷ କରିବାକୁ ମଙ୍ଗଳବାର ଅନୁଷ୍ଠିତ ଆଭାସୀ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଛନ୍ତି । ରୁପାନ୍ତରିକରଣ ହେଉଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକ ନିମନ୍ତେ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବା ନେଇ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ବ୍ୟବହୃତ ହେଉଥିବା ସାମଗ୍ରୀ ଗୁଡିକର ଗୁଣବତ୍ତା ବା କ୍ୱାଲିଟି ଦିଗରେ କୌଣସି ସଲାସୁତୁରା ନ କରିବାକୁ କୁହାଯାଇଛି । ବ୍ୟବହାର ହେଉଥିବା ସାମଗ୍ରୀ ଉତ୍ତମ ମାନର ହେବା ଦ୍ୱାରା ଭିତ୍ତିଭୂମି ଦୀର୍ଘସ୍ଥାୟୀ ହୋଇ ରହିବ । ସ୍ମାର୍ଟ ଶ୍ରେଣୀ ଗୃହ, ଇ-ପାଠାଗାର, ବିଜ୍ଞାନ ଲ୍ୟାବ୍‌, ପରିଶ୍ରାଗାର, ଖେଳ ପଡିଆ, ବୃକ୍ଷରୋପଣ, ଛାତ୍ରାବାସ ରୁପାନ୍ତର ଦିଗରେ ଆକର୍ଷଣୀୟ, ମନଲୋଭା ଓ ସୌନ୍ଦର୍ଯ୍ୟକରଣ ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି । ଗଠିତ ହୋଇଥିବା ଭିତ୍ତି ଭୂମିର ଯତ୍ନ ନେବା ଦିଗରେ ପ୍ରଧାନ ଶିକ୍ଷକ ଗଣ ଗୁରୁତ୍ୱ ଦେବା ଦିଗରେ ତତ୍ପରତା ପ୍ରକାଶ କରିବା ପାଇଁ କୁହାଯାଇଛି । ବିଜ୍ଞାନ ଲ୍ୟାବ କିମ୍ବା କମ୍ପ୍ୟୁଟର ଗୁଡିକ ବ୍ୟବହାର କରାଯାଉ, ବ୍ୟବହାର ଉପୋଯୋଗୀ ହୋଇ ଖରାପ ହେଲେ ସେଗୁଡିକର ମରାମତି ହୋଇପାରିବ । ବ୍ୟବହାର ବିନା ସାମଗ୍ରୀ ଗୁଡିକ ପଡି ରହି ଖରାପ ହେଲେ ତାହାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସମସ୍ତ ଶିକ୍ଷକ ମାନଙ୍କୁ ଜଣାଇଛନ୍ତି । ସମସ୍ତ ୧୬୭ ଟି ଉଚ୍ଚ ବିଦ୍ୟାଳୟର କାର୍ଯ୍ୟ ମାର୍ଚ୍ଚ ମାସ ଶେଷ ସୁଦ୍ଧା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବିଦ୍ୟାଳୟ ଗୁଡିକର ବର୍ତ୍ତମାନ ସ୍ଥିତି କଣ ରହିଛି ଏବଂ କେଉଁ ସବୁ ପରିବର୍ତ୍ତନର ଆବଶ୍ୟକତା ରହିଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ପାଇଁ ଜଣାଇଛନ୍ତି । ଦୂର ଦୂରାନ୍ତ ଅଂଚଳରେ ରହିଥିବା ଉଚ୍ଚ ବିଦ୍ୟାଳୟ ଗୁଡିକର ପରିପାଶ୍ୱର୍ରେ ଯଥେଷ୍ଟ ସ୍ଥାନ ରହିଛି । ସେଗୁଡିକର ବିକାଶ ଦିଗରେ କୌଣସି ଅସୁବିଧା ନାହିଁ । ଏଣୁ ବିଦ୍ୟାଳୟର ପରିସର ବୃଦ୍ଧି କରି ସୌନ୍ଦର୍ଯ୍ୟକରଣ ଓ ଆକର୍ଷଣୀୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଜିର ବୈଠକରେ ସମସ୍ତ ୨୨ ଟି ବ୍ଲକରେ କାର୍ଯ୍ୟକାରୀ ହେଉଥିବା ଉଚ୍ଚ ବିଦ୍ୟାଳୟର ରୁପାନ୍ତର ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଯାଇଛି । ଆଭାସୀ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ୱ,କିର୍ତ୍ତୀ ୱାସନ୍‌, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଲୀନା କୁମାରୀ ଖେସ୍‌, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଶିକ୍ଷା ବିଭାଗୀୟ ଅଧିକାରୀ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here