ଗଣେଶ ପୂଜା ଉପଲକ୍ଷେ ଦିବ୍ୟ ପ୍ରବଚନ ।

0
157

ଗଞ୍ଜାମ/କୁମାରପାଣି,୧୯/୦୯/୨୦୨୧ : ଗଣେଶ ପୂଜା ଉପଲକ୍ଷେ ଶେରଗଡ଼ ବ୍ଲକ ,କୁମାରପାଣି ପଞ୍ଚାୟତ ର କୁମାରପାଣି ଗ୍ରାମରେ ଦୀର୍ଘ ୯ଦିନ ଧରି ପ୍ରଭୁ ଗଜାନନଙ୍କ ପୂଜାଚାଲୁ ରହିଥିବା ବେଳେ ଅନ୍ତିମ ଦିନ ଏକ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ପୂଜା କମିଟି ଙ୍କ ପୋୖରହିତ ରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଓଡ଼ିଶାର ସୁନାମ ଧନ୍ୟ ଆଧ୍ୟାତ୍ମିକ ପ୍ରବକ୍ତା ମାନସ ଭକ୍ତିରତ୍ନ ପଣ୍ଡିତ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ରଥ ଦିବ୍ୟ ପ୍ରବଚନ ପ୍ରଦାନ କରି ପ୍ରଭୁ ଶ୍ରୀରାମ ଙ୍କ କଥା ଓ ଗାଥା ବର୍ଣ୍ଣନାକରିବା ସହିତ ସବରୀ ମହାରାଣୀ କିପରି ପ୍ରଭୁଙ୍କ ସାନିଧ୍ୟ ଲାଭ କରିଥିଲେ ତାହା ବିଶଦ ଭାବରେ ବୁଝାଇ ଥିଲେ । ସମାଜରେ ସଂସ୍କାର ର ଆବଶ୍ୟକ କିପରି ଜରୁରୀ ତାହା ମଧ୍ୟ ଆଲୋକ ପାତ କରିଥିଲେ । ଗୀତିକାର ,କଣ୍ଠଶିଳ୍ପୀ , ସାମ୍ବାଦିକ ତଥା ଶିକ୍ଷକ ସରୋଜ କୁମାର ମହାନ୍ତି ନିଜର ସୁଲଳିତ କଣ୍ଠରେ ଭଜନ ଗାନ କରିବା ସହିତ ରାମ କଥା କୁ ଆଲୋଚନା କରି ସ୍ରୋତା ମାନଙ୍କୁ ମୁଗ୍ଧ କରଥିଲେ ।ଏଥିରେ ପୂଜା କମିଟି ର ଶିବରାମ ପ୍ରଧାନ ,ସୁଧୀର କାନ୍ତ ମହାରଣା ,ଅରୁଣ ମହାରଣା ,ଚୌଧୁରୀ ପ୍ରଧାନ ,ଗଉରା ପ୍ରଧାନ ,କୃଷ୍ଣଚନ୍ଦ୍ର ପ୍ରଧାନ ,ରବିନ୍ଦ୍ର ମହାରଣା , ବାପୁଜି ମହାରଣା ଓ ସାହିବାସିନ୍ଦା କାର୍ଯ୍ୟକ୍ରମ କୁ ସହଯୋଗ କରିବା ସହିତ ଦିବ୍ୟ କଥା ଶ୍ରବଣ କରିଥିଲେ ।

LEAVE A REPLY

Please enter your comment!
Please enter your name here