କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର

0
149

ବ୍ରହ୍ମପୁର, ୨୬/୦୯/୨୦୨୧ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ନିମିନା ଗ୍ରାମରେ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବରଡ଼ା ଗ୍ରାମର ଲକ୍ଷ୍ମୀ ଖୁଣ୍ଟିଆ(୬୦) । ଖବର ପାଇ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀ ଏକ ଟିମ ନେଇ ଘଟଣାସ୍ଥଳରେ ପହଁଚିଥିଲେ । ଅନ୍ୟପଟେ କୋଦଳା ଅଗ୍ନିସମ ବାହିନୀ ପହଂଚି ଶବକୁ ଉଦ୍ଧାର କରିଥିବା ବେଳେ ବେଗୁନିଆପଡା ପୋଲିସ ଏକ ମାମଲା ଦାଏର କରି ଶବ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି ।ଲକ୍ଷ୍ମୀ ନିଜ ବାପା ଘର ନିମିନାକୁ ଆସିଥିବା ବେଳେ କୌଣସି କାରଣରୁ ଖସି ପଡିଥିବା ଅନୁମାନ କରାଯାଉଛି । ସେପଟେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବେଗୁନିଆପଡା ଫାଣ୍ଡି ଅଧିକାରୀ ସଂଗ୍ରାମ ଦେଉରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here