ନିଖିଲ ଉତ୍କଳ ତେଲଗା ଦୋରା ସମାଜ ଘଡେ଼ଇ ଗାଁ ମଣ୍ଡଳୀର ସାଧାରଣ ବୈଠକ ଅନୁଷ୍ଠିତ।

0
169

ପାତ୍ରପୁର, ୨୬/୦୯/୨୦୨୧: ନିଖିଳ ଉତ୍କଳ ତେଲଗା ଦୋରା ସମାଜ ଘଡେ଼ଇ ଗାଁ ମଣ୍ଡଳର ଏକ ସାଧାରଣ ଜରୁରୀ ବୈଠକ ପାତ୍ରପୁର ସ୍ଥିତ ଶ୍ରୀ କାଶୀ ବିଶ୍ଵନାଥ ମନ୍ଦିର ପ୍ରାଙ୍ଗଣରେ ତା ୨୪/୦୯/୨୧ ରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ତେଲଗା ଦୋରା ସମାଜ ଘଡେ଼ଇ ଗାଁ ମଣ୍ଡଳ ସମ୍ପାଦକ ଆଲୁ ଭେଙ୍କଟ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ଚିକିଟି ନିର୍ବାଚନ ମଣ୍ଡଳୀର ଉଭୟ ପାତ୍ରପୁର ଓ ଚିକିଟି ବ୍ଲକରେ ବସବାସ କରୁଥିବା ପ୍ରାୟ ୧୪ ଖଣ୍ଡ ଗ୍ରାମର ଶତାଧିକ ସମାଜ ସଂଗଠକ ଓ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ସର୍ବପ୍ରଥମେ ସାମୁହିକ କୂଳଇଷ୍ଠ ସ୍ମରଣ ଏବଂ କୂଳଦୀପ ପ୍ରଜ୍ବଳନରେ ଆୟୋଜିତ ଏହି ବୈଠକରେ ତେଲଗା ଦୋରା ସମାଜର ହିତ ପାଇଁ ନିଆ ଯାଉଥିବା ପଦକ୍ଷେପ ସହ ସ୍ଥାନୀୟ ବିଧାୟିକାଙ୍କ ତେଲଗା ଦୋରା ସମାଜ ପ୍ରତି ଥିବା ଅହେତୁକ ବୈମାତୃକ ଭାବକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।ଲଗାତାର ଭାବରେ ସ୍ଥାନୀୟ ବିଧାୟିକାଙ୍କୁ ସମାଜ ସମର୍ଥନ କରୁ ଥିବା ବେଳେ ସମାଜ ଘରପାଇଁ ବିଧାୟିକା ମହୋଦୟାଙ୍କୁ ୨୨ ବର୍ଷଧରି ଆବେଦନ କରୁଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଇନଥିବାରୁ ତେଲୁଗୁ ସମ୍ପ୍ରଦାୟର ଏହି ସମାଜ ପକ୍ଷରୁ ସାମୁହିକ କ୍ଷୋଭ ପ୍ରକାଶ କରାଯାଇଥିଲା ।

ଘଡେ଼ଇ ଗାଁର ଜନୈକ କୂଳ ବାସିନ୍ଦାଙ୍କ ଠାରୁ ଦାନସୁତ୍ରରେ ମିଳିଥିବା ଦୁଇ ସେଣ୍ଟ ଜମିରେ ଆସନ୍ତା ଦିନରେ ସମାଜ ପକ୍ଷରୁ ତେଲଗା ଦୋରା ସମାଜର କୁଳଘର ସ୍ଥାପନ ପାଇଁ ନିଷ୍ପତି ନିଆଯାଇଥିଲା । ଉପସ୍ଥିତ ବରଙ୍ଗ , ତୁଟିପୁର , ବୋରିବାଡ , ଚୁଡ଼ାଲାଞ୍ଜି , ସାମନ୍ତିଆପଲ୍ଲୀ , ଖଣ୍ଡଦେଉଳୀ , ସୁନାରେଡି , କୃପାସିନ୍ଧୁପଲ୍ଲୀ , ଦାମୋଦରପଲ୍ଲୀ , କୋଟଲିଙ୍ଗି , ନୂଆଁପେଣ୍ଠ , ତାଳପୁର ,ଖାରିଆଗୁଡ଼ା , ଜଗଦେବପୁର ଗ୍ରାମରେ ଥିବା ସମାଜର କୁଳଗତ ସମସ୍ୟା ନେଇ ଆଲୋଚନା କରାଯାଇ ସମାଜର ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତି ଗୃହୀତ କରାଯାଇଥିଲା । ଆୟୋଜିତ ଏହି ତେଲଗା ଦୋରା ସମାଜର ସାଂଗଠନିକ କାର୍ଯ୍ୟକ୍ରମରେ ପରିବର୍ଦ୍ଧିତ ଡିଜିଟାଲ କାର୍ଯ୍ୟକର୍ତ୍ତା ଚୟନ ନେଇ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଆଲୁ ଭେଙ୍କଟରାଓ , ଓ ଗୋପାଳ , ଭି ଅଶୋକ , ଭି ଗୋପୀ , କେ ହରିକୃଷ୍ଣ , କାମରାଜୁ , ଏ ଦାଶରଥି , ଜି ବାଲାରାଜୁ , ଅଲେଖ , ଏଣ୍ଡେୟା , ମାଲେଶୁ , ଶ୍ରୀନୁ , ଆନନ୍ଦ , ଏ ଜୟପ୍ରକାଶ , ମୋହନ ,ମୁରଲୀ ପ୍ରମୁଖ ସମାଜ ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଆଲୁ ଭେଙ୍କଟରାଓ ସମାଜ ପକ୍ଷରୁ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here