ବରିଷ୍ଠ ସାମ୍ବାଦିକ ଡଃ. ଜଗନମୋହନ ମହାପାତ୍ରଙ୍କୁ ବ୍ରହ୍ମପୁର ପ୍ରେସକ୍ଳବ ତରଫରୁ ସମ୍ବର୍ଦ୍ଧିତ

0
195

ବ୍ରହ୍ମପୁର,୦୧/୧୦/୨୦୨୧ : ବରିଷ୍ଠ ସାମ୍ବାଦିକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ ଅତିଥି ଅଧ୍ୟାପକ ଡଃ. ଜଗନ ମୋହନ ମହାପାତ୍ରଙ୍କୁ ଆଜି ବ୍ରହ୍ମପୁର ପ୍ରେସକ୍ଲବ ପକ୍ଷରୁ ସାମ୍ବାଦିକତା କ୍ଷେତ୍ରରେ ଗବେଷଣା କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ସମର୍ଦ୍ଧିତ କରାଯାଇଛି । ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ମାନ୍ୟବର ଡଃ. ସୂର୍ଯ୍ୟ ନାରାୟଣ ପାତ୍ର ଓ ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇ ଡଃ. ମହାପାତ୍ରଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ । ଡ଼ଃ. ମହାପାତ୍ର ୧୯୯୦ ମସିହାରୁ ସମ୍ବାଦିକ କ୍ଷେତ୍ରରେ ପାଦ ଦେଇ ବହୁ ଝଡ଼ ଝଞ୍ଜା ଦେଇ ଗତି କରି ନିଜର ନିଷ୍ଠାପର ସାଧନା ଓ କର୍ତ୍ତବ୍ୟପରାୟଣ ଯୋଗୁଁ ଗୋଟିଏ ପରେ ଗୋଟିଏ ପାହାଚର ଶିଖରରେ ପହଞ୍ଚି ସମାଜ ପାଇଁ ଓ ଯୁବସାମ୍ବାଦିକ ମାନଙ୍କ ପାଇଁ ବଳିଷ୍ଠ ଉଦାହରଣ ସୃଷ୍ଟି କରିଛନ୍ତି । ସାମ୍ବାଦିକତା ପାଠ୍ୟକ୍ରମ ଶେଷ ପରେ “ସମ୍ବାଦ” ଖବରକାଗଜରୁ ନିଜର ଯାତ୍ରା ଆରମ୍ଭ କରିଥିଲେ । ପରେ ଦୂରଦର୍ଶନ, ଏନ.ଡ଼ି ଟିଭି, ଷ୍ଟାର ନ୍ୟୁଜ, ଆଜତକ, ୟୁଟିଭି ଭଳି ବୈଦୁତିକ ଗଣମାଧ୍ୟମ ଓ ଆକାଶବାଣୀ ବ୍ରହ୍ମପୁର ଠାରେ ସାମୟିକ ଭାବେ କାର୍ଯ୍ୟକରିଛନ୍ତି । ସମ୍ପ୍ରତି ବ୍ରହ୍ମପୁର ବିଶ୍ୱାବିଦ୍ୟାଳୟର ଅତିଥି ଅଧ୍ୟାପକ ସହ “ସକାଳ” ଖବରକାଗଜର ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ଦାୟିତ୍ଵ ତୁଲାଇବା ସହ ସାମ୍ବାଦିକତା ବିଷୟରେ ଗବେଷଣା କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହାସହ ବ୍ରହ୍ମପୁର ସହରର ପ୍ରମୁଖ ସାମାଜିକ ଅନୁଷ୍ଠାନ ଓ ରାଜନୈତିକ ଦଳ ର ସ୍ଥାନୀୟ ନେତୃବୃନ୍ଦ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହାସହ ପ୍ରେସକ୍ଲବ ବ୍ରହ୍ମପୁରର ଏକ ୱେବସାଇଟ୍ www.pressclubberhampur.com ଦୁଇ ଅତିଥିଙ୍କ କର କମଳରେ ଉନ୍ମୋଚିତ କରା ଯାଇଥିଲା ଏଥିରେ ୟୁ ଟିଭି ର ଭିଡିଓ ଏଡିଟର ରବିନାରାୟଣ ମହାରଣା ସହଯୋଗ କରଥିଲେ ।କୁଳପତି ପ୍ରଫେସର ପ୍ରଫୁଲ କୁମାର ମହାନ୍ତି ସାମ୍ବାଦିକତା କୁ କିପରି ମାଇଲ ଖୁଣ୍ଟ ଭାବେ ଗ୍ରହଣକରି ଡ଼ଃ ମହାପାତ୍ର ଗଞ୍ଜାମ ମାଟିର ଗର୍ବ ଓ ଗୌରବ ବଢ଼ାଇ ଛନ୍ତି ତାହା ଉପରେ ମତ ରଖିଥିଲେ ।ମାନ୍ୟବର ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପତ୍ର ପୁରାତନ ସାମ୍ବାଦିକତା ଓ ନୂତନ ସାମ୍ବାଦିକତା ମଧ୍ୟରେ କିପରି ପାର୍ଥକ୍ୟ ରହିଛି ତାହା ଉପରେ ମତବ୍ୟକ୍ତ କରିବା ସହିତ ଡ଼ଃ ମହାପାତ୍ର ଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରେସକ୍ଳବର ସଭାପତି ଗୋପାଳ ପଟ୍ଟନାୟକ, ସମ୍ପାଦକ ଚିରଞ୍ଜିତ ରାଜଗୁରୁ, କୋଷାଧ୍ୟକ୍ଷ ନାରାୟଣ ମହାଙ୍କୁଡ ଅତିଥି ପରିଚୟ ପ୍ରଦାନ କରଥିବା ବେଳେ ଉତ୍କଳ ଟିଭି ର ଖବର ଉପସ୍ଥାପକ ଓ ସାମ୍ବାଦିକ ସରୋଜ କୁମାର ମହାନ୍ତି ଉପସ୍ଥିତ ରହି ମଞ୍ଚ ପରିଚାଳନା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ଦାସ, ରବୀନ୍ଦ୍ର ମହାରଣା, ନାଗେଶ୍ୱର ପୃଷ୍ଟି, ସତ୍ୟ ଚେତନ ପରିଡା, ଉମା ଶଙ୍କର ପାଣିଗ୍ରାହୀ, ଅଭିରାମ ପାତ୍ର, ବାବୁଲା ପାଣିଗ୍ରାହୀ, ଅନନ୍ତ ପ୍ରଧାନ, ଶଙ୍କର ରଣା, ବନିତା ବେହେରା, ଚିକୁ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଏହାସହ ବ୍ରହ୍ମପୁର ସହରର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମଧ୍ୟ ଉପସ୍ଥିତ ରହିଥିଲେ । ଶେଷରେ ପ୍ରମେୟ ର ସାମ୍ବାଦିକ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here