ଜଗଦଳପୁର ଓ କୁକୁଡ଼ାଖଣ୍ଡିରେ ବାଚସ୍ପତିଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତିପ୍ରସ୍ତର ସ୍ଥାପନ

0
203

କୁକୁଡ଼ାଖଣ୍ଡି,୦୭/୧୦/୨୦୨୧: ମାନ୍ୟବର ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ୩ଦିନିଆ ଗଞ୍ଜାମ ଗସ୍ତରେ ଆସି ଗୁରୁବାର ଦିନ ନିଜ ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଓ କୁକୁଡ଼ାଖଣ୍ଡି ପଞ୍ଚାୟତ ଗସ୍ତରେ ଆସି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଭିତିପ୍ରସ୍ତର ସ୍ଥାପନ କରିଥିଲେ।ବାଚସ୍ପତି ଶ୍ରୀ ପାତ୍ର ପ୍ରଥମେ ଜଗଦଳପୁର ପଞ୍ଚାୟତରେ ପହଞ୍ଚିବା ପରେ ଉପସ୍ଥିତ ଥିବା ଶତାଧିକ ଗ୍ରାମବାସୀ ଓ ଦଳୀୟ କର୍ମୀ ଶ୍ରୀ ପାତ୍ରଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ।ବାଚସ୍ପତି ଶ୍ରୀ ପାତ୍ର ପ୍ରଥମେ ଧୋବା ସାହି ସ୍କୁଲ ଗୃହ ଓ ଶିବ ମନ୍ଦିର କଲ୍ୟାଣ ମଣ୍ଡପ ଉଦଘାଟନ କରିବା ସହ ଆୟୋଜିତ ସଭାରେ ଯୋଗ ଦେଇ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ପରେ ଧୋବା ସାହି ଠାରେ ଜିମ୍ କୋଠା ଗୃହ,ବାଉରୀ ସାହି କଲ୍ୟାଣ ମଣ୍ଡପ, ବିଦ୍ୟାଳୟ ପରିସରରେ ନିର୍ମାଣ ହେବାକୁ ଥିବା ସ୍ମାର୍ଟ କ୍ଲାସ ଗୃହକୁ ଶୁଭ ଉଦଘାଟନ କରିଥିଲେ।ସେହିପରି କମାପଲ୍ଲୀରେ କୋଠ ଘର ଉଦଘାଟନ କରିଥିଲେ।ସେହିପରି କୁକୁଡ଼ାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପୁରୁଣା ରାମଚନ୍ଦ୍ର ପୁର ଗ୍ରାମରେ ମିଶନ ଶକ୍ତି କୋଠା, ବିଜୁ ବଜାର ଗୃହ ଏବଂ ଶିବ ମନ୍ଦିର ପରିସରରେ ନିର୍ମାଣ କରାଯାଇଥିବା ଶିଶୁ ପାର୍କ ଆଦି ଉଦଘାଟନ କରିଥିଲେ।ବାଚସ୍ପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶ୍ରୀ କାମାକ୍ଷା ପ୍ରସାଦ ପାତ୍ର,ବିଡିଓ ଶ୍ରୀ ଗଦାଧର ପାତ୍ର,ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟାଇ,ଜିଲ୍ଲା ପରିଷଦ ସଭ୍ୟା ନିରୂପମା ପାତ୍ର,ସାଂସଦ ପ୍ରତିନିଧି ଟି. ରଘୁପ୍ରସାଦ ପାତ୍ର,କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ତହଲ,ସିଡିପିଓ କୁସୁମ କୁମାରୀ ସାହୁ, କନିଷ୍ଠ ଯନ୍ତ୍ରୀ ଇ.ଜଗନ୍ନାଥ ପ୍ରଧାନ,ସରପଞ୍ଚ ସଙ୍ଘ ସଭାପତି ସାରଥୀ ପ୍ରସାଦ ଗୌଡ଼,ପିଇଓ ସନ୍ଧ୍ୟାରାଣୀ ପାଳ,ଜଗଦଳପୁର ସରପଞ୍ଚ ହାଡୁବନ୍ଧୁ ବେହେରା,ସମିତି ସଭ୍ୟା ସୌଦାମିନୀ ସେଠି,କୁକୁଡ଼ାଖଣ୍ଡି ସରପଞ୍ଚ ଅଦଲ ଚେନେୟା,ବ୍ଲକ ଯୁବକ ସଙ୍ଘ ସଭାପତି ସଞ୍ଜୟ କୁମାର ସାହୁ,ଛାତ୍ର ସଙ୍ଘ ସଭାପତି ରାଧାମୋହନ ସେଠି,କେ.ତ୍ରିନାଥ ପାତ୍ର(ବାବୁଲା),ଏଲ୍.ପୁରୁଷୋତ୍ତମ ପାତ୍ର, ବି.ରବୀନ୍ଦ୍ର ପାତ୍ର, କ୍ରାନ୍ତି କୁମାରୀ ଦେବୀ,ଶଙ୍କର ନାୟକ,ଅଙ୍ଗନବାଡି ସଙ୍ଘ ସଭାପତି ମାଣିକେଶ୍ୱରୀ ପଟ୍ଟନାୟକ,ସମ୍ପାଦିକା ସୁଦେଷ୍ଟା ପଟ୍ଟନାୟକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ ପାତ୍ର,ଦକ୍ଷିଣପୁର ସରପଞ୍ଚ ବିଷ୍ଣୁପ୍ରିୟା ପାତ୍ର, ଗୁରୁଣ୍ଠି ସରପଞ୍ଚ ଟି. ମିନତୀ ପାତ୍ର, ଲୁଚାପଡା ସରପଞ୍ଚ ମିନତୀ ବେହେରା,ପୂର୍ବତନ ବିଡିଏ ଅଧ୍ୟକ୍ଷ କୈଳାଶ ରଣା,ଶଙ୍କର ନାୟକ,ରବୀନ୍ଦ୍ର ମହାରଣା, ସନ୍ତୋଷ ଚୌଧୁରୀ,କିଶୋର ପାତ୍ର,ମସିହାଖାଲି ସମିତି ସଭ୍ୟ ନରସିଂହ ସାହୁ,ପୂର୍ବତନ ସରପଞ୍ଚ ଦଣ୍ଡପାଣି ପାତ୍ରଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।ଏହି ସଭାରେ ମାନ୍ୟବର ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଉପସ୍ଥିତ ଥିବା ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦେବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here