କମଳାଦେଇପୁର ଗ୍ରାମର ପ୍ରାଥମିକ ସ୍କୁଲ ବନ୍ଦ- ମିଶ୍ରଣ ନିଷ୍ପତ୍ତି ବାତିଲ କରି ତୁରନ୍ତ ନାମଲେଖା ଆରମ୍ଭ କରିବା ଦାବିରେ ଶୋଭାଯାତ୍ରା ଓ ଗଣଧାରଣା

0
299

ଶେରଗଡ,୦୭/୧୦/୨୦୨୧;(ଡାକ୍ତର ହୃଷୀକେଶ ମହାନ୍ତି) ଆଜି କୃଷ୍ଣଛାଇ ପଞ୍ଚାୟତ କମଳାଦେଇପୁର ଗ୍ରାମର ସ୍କୁଲ ବନ୍ଦ-ମିଶ୍ରଣ ନିଷ୍ପତ୍ତି ବାତିଲ କରି ତୁରନ୍ତ ନାମଲେଖା ଆରମ୍ଭ କରିବା ଦାବିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଅନିର୍ଦ୍ଧିଷ୍ଟ ଓ ଅହୋରାତ୍ର ଗଣଧାରଣା ଅନୁଷ୍ଠିତ ହୋଇଯାଇଛି , ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗ୍ରାମବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ,ବ୍ଳକ ଶିକ୍ଷା ଅଧିକାରୀ ଏବଂ ବିଡ଼ିଓ ଙ୍କୁ ଅବଗତ ସତ୍ତ୍ଵେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ସୂଚନା ଥାଉକି,ଗତବର୍ଷ ରାଜ୍ୟ ସରକାର ୨୦୧୮ ରାଜ୍ୟର ୧୪,୩୭୯ ଓ ଗଞ୍ଜାମ ଜିଲ୍ଲାରେ ୪୩୩ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ବନ୍ଦ କରିବା ପ୍ରକ୍ରିୟା ୨୦୨୦ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା l ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକ ଅନ୍ତର୍ଗତ କମଳାଦେଇପୁର ଗ୍ରାମର ପ୍ରାଥମିକ ସ୍କୁଲକୁ କମ୍ ଛାତ୍ରଛାତ୍ରୀର ଥିବା ଆଳ ଦେଖାଇ ନିକଟସ୍ଥ ହାଇସ୍କୁଲରେ ମିଶ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି l କିନ୍ତୁ ଦୁଃଖର ବିଷୟ ସ୍କୁଲରେ ତିରିଶିରୁ ଉର୍ଦ୍ଧ ପିଲା ନାମ ଲେଖାଇଥିବା ସତ୍ତ୍ୱେ ଏହି ସ୍କୁଲକୁ ବନ୍ଦ କରାଯାଉଛି l ଏହି ପ୍ରାଥମିକ ବିଦ୍ୟାଳୟରେ କୁନି କୁନି କୋମଳମତି ଶିଶୁମାନଙ୍କୁ ଏହି ସଡ଼କ ପାର କରି ପ୍ରାୟ ଦେଢ କିଲୋମିଟର ଦୂରତ୍ୱରେ ମିଶ୍ରଣ ହୋଇଥିବା ସ୍କୁଲକୁ ଯିବାକୁ ପଡିବ l ପୂର୍ବରୁ ଅନେକ ଜନଗଣଙ୍କ ଏହି ରାସ୍ତାରେ ଅନେକ ଦୁର୍ଘଟଣା ଘଟିଥିବା ନଜିରି ରହିଛି l ଏଣୁ ଗ୍ରାମବାସୀ ବୃନ୍ଦ ଭୟଭୀତ l ଅଧିକାଂଶ ଅଭିଭାବକ ଗରିବ ଓ ଚାଷି ଶ୍ରେଣୀ ରହିଥିବାରୁ ପିଲାଙ୍କୁ ପ୍ରତ୍ୟେକ ଦିନ ନେବା ଆଣିବା କରିପାରିବେ ନାହିଁ l ତେଣୁ ଏହି ପ୍ରାଥମିକ ସ୍କୁଲକୁ ଅନ୍ୟତ୍ର ମିଶ୍ରଣ ନକରିବା ପାଇଁ ବିଦ୍ୟାଳୟ ସୁରକ୍ଷା ସୁରକ୍ଷା କମିଟି, ଗଞ୍ଜାମ ଜିଲ୍ଲା ଓ କମଳାଦେଇପୁର ଗ୍ରାମବାସୀଙ୍କ ତରଫରୁ ଦୃଢ ଦାବି ଉପସ୍ଥାପନ କରାଯାଇଛି l

LEAVE A REPLY

Please enter your comment!
Please enter your name here