ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରିଙ୍କ ମୃତ

0
266

ବ୍ରହ୍ମପୁର,୦୮/୧୦/୨୦୨୧: (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା କୋଦଳା ଥାନା ମଠସରସିଙ୍ଗ ମେଇନରୋଡ଼ରେ ଆଜି ସନ୍ଧ୍ୟାରେ ବିଦ୍ଯୁତ ଆଘାତରେ ଜଣେ ବିଦ୍ଯୁତ କର୍ମଚାରୀ ମୃତ୍ଯୁବରଣ କରିଛନ୍ତି । ମୃତ କର୍ମଚାରୀ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଗୁଞ୍ଜବଳା ଗ୍ରାମର ଅମୁଲ୍ୟରତ୍ନ ରାଉତ । ଖବର ନେବାରୁ ଜଣାଯାଇଛି କି ମଠସରସିଙ୍ଗ ମେଇନରୋଡରେ ଏକ ଲୁହା ପୋଲରେ ଚଢ଼ି ବିଦ୍ୟୁତ୍ କାମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବିଦ୍ୟୁତ ସରବରାହ ବନ୍ଦ ଥିଲେ ମଧ୍ୟ କିପରି ବିଦ୍ଯୁତ ଲାଗିଲା ତାହା ତଦନ୍ତ ସାପେକ୍ଷ । ଘଟଣାସ୍ଥଳରୁ ବିଦ୍ୟୁତ୍ କର୍ମଚାରୀ ମାନେ ସାଙ୍ଗେ ସାଙ୍ଗେ କୋଦଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here