ବୁଗୁଡ଼ାରେ ବିଧାୟକଙ୍କ ଉଦଘାଟନୀ କାର୍ଯ୍ୟକ୍ରମ

0
127

ବୁଗୁଡା, ୧୩/୧୦/୨୦୨୧: ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବୁଗୁଡା ବ୍ଲକର ମାଣିବନ୍ଧ ଗ୍ରାମରେ ଶ୍ରୀ ଭାଗବତ ସ୍ୱାମୀ ମଣ୍ଡପ ଗୃହ ଓ ବୁଗୁଡା ବସଷ୍ଟାଣ୍ଡରେ ଶ୍ରୀ ବଳଦେବ ସ୍ୱାମୀ ଘରୋଇ ବସ ମାଲିକ ସଙ୍ଘ ଗୃହକୁ ଅକ୍ଟୋବର ୧୩ ତାରିଖ ଅପରାହ୍ନରେ ଶୁଭ ଉଦଘାଟନ କରିଥିବା ଜଣାପଡ଼ିଛି। ବିଧାୟକ ଶ୍ରୀ ସାହୁ ଙ୍କ ମାଣିବନ୍ଧ ଗ୍ରାମର ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅନ୍ତରପଡା ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ କୁମାର ଭୋଳ, ଗ୍ରାମ୍ୟ କମିଟି ସଦସ୍ୟ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ସେହିପରି ବୁଗୁଡା ବସଷ୍ଟାଣ୍ଡ ପରିସରରେ ଶ୍ରୀ ବଳଦେବ ସ୍ୱାମୀ ଘରୋଇ ବସ ମାଲିକ ସଙ୍ଘ ଗୃହର ଉଦଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସାହୁଙ୍କ ସହ ଘରୋଇ ବସ ମାଲିକ ସଙ୍ଘର ସଭାପତି ଭି.ରବୀନ୍ଦ୍ର ରାଓ ଦୋରା, ଉପସଭାପତି ବିଳାଶ ଚନ୍ଦ୍ର ଆଚାର୍ଯ୍ୟ, ସମ୍ପାଦକ ଚିତ୍ରସେନ ନାୟକ, ଯୁଗ୍ମ ସମ୍ପାଦକ ପିଙ୍କୁ ମହାପାତ୍ର, କୋଷାଧ୍ୟକ୍ଷ ବବୁଲ କୁମାର ଦାସ ଓ ସଦସ୍ୟ ବୃନ୍ଦଙ୍କ ସହ ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବିଧାୟକ ପ୍ରତିନିଧି ଚିତ୍ରସେନ ପ୍ରଧାନ, ଡିଲେଶ୍ବର ପାତ୍ର ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here