ଧାନ ବିଲରେ ସର୍ପାଘାତରେ ଚାଷୀମୃତ୍ୟୁ ।

0
198

ବ୍ରହ୍ମପୁର , ୨୧/ ୧୧ /୨୦୨୧ : ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ଅନ୍ତର୍ଗତ ପିପିଲିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମରେ ନିଜ ଧାନ ବିଲରେ କାମ କରୁଥିବା ସମୟରେ ସର୍ପାଘାତ ରେ ଗତକାଲି ଜନୈକ ଗରିବ ଚାଷୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଗ୍ରାମର ଦେବରାଜ ଗୌଡ଼ ( ୬୨ ) ବର୍ଷାଜନିତ ନଷ୍ଟ ଧାନ ଫସଲକୁ ସୁରକ୍ଷିତ ରଖିବା ନେଇ ବିଲରେ କାମ କରୁଥିବା ବେଳେ ବିଷଧର ସାପ କାମୁଡ଼ାରେ ଆଘାତ ହୋଇଥିଲେ । ଅପରାହ୍ନ ୫ ଘଣ୍ଟା ସମୟରେ ଘଟିଥିବା ଏହି ଘଟଣା ପରେ ପରିବାର ଲୋକେ ଦେବରାଜଙ୍କୁ ତତକ୍ଷଣାତ୍ ଦିଗପହଣ୍ଡି ଡାକ୍ତରଖାନାକୁ ନେବା ସମୟରେ ବିଷକ୍ରୀୟା ଯୋଗୁଁ ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି । ଏଥିନେଇ ପାଟପୁର ଥାନାରେ ସୂଚନା ପରେ ପୋଲିସ ପକ୍ଷରୁ ଦିଗପହଣ୍ଡି ଡାକ୍ତରଖାନାରେ ପହଞ୍ଚି ଅନୁସନ୍ଧାନ ଜାରି ରଖିବା ସହିତ ପୋଷ୍ଟ ମାର୍ଟମ ପାଇଁ ବ୍ୟବସ୍ଥା କରିଅଛି । ଗରିବ ଚାଷୀଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ପରିବାରକୁ ସରକାରୀ ଅନୁକମ୍ପା ପ୍ରଦାନ ପାଇଁ ସାଧାରଣରେ ଆଲୋଚନା ହେଉଅଛି ।

LEAVE A REPLY

Please enter your comment!
Please enter your name here