ନିଖିଳ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚିକା ମହାସଂଘ ଗଞ୍ଜାମ ଜିଲ୍ଲା ସମ୍ମିଳନୀକୁ ସଫଳ କରାଇବାକୁ ସାନଖେମୁଣ୍ଡିରେ ପ୍ରସ୍ତୁତି ବୈଠକ ।

0
235

ବ୍ରହ୍ମପୁର, ୨୧ /୧୧ /୨୦୨୧ : ନିଖିଳ ଓଡ଼ିଶା ମଧ୍ୟାହ୍ନଭୋଜନ ପାଚିକା ମହାସଂଘ ସୌଜନ୍ୟରୁ ଆସନ୍ତା ୨୭ ତାରିଖରେ ବ୍ରହ୍ମପୁର ଠାରେ ଆୟୋଜିତ ହେବାକୁ ଥିବା ଗଞ୍ଜାମ ଜିଲ୍ଲା ସମ୍ମିଳନୀରେ ଯୋଗଦେଇ ସମ୍ମିଳନୀକୁ ସଫଳ କରାଇବା ନେଇ ଏକ ପ୍ରସ୍ତୁତି ବୈଠକ ଆଜି ପାଟପୁର ନିକଟ ବୁଦ୍ଧେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ସାନଖେମୁଣ୍ଡି ବ୍ଲକ୍ ପାଚିକା ମହାସଂଘ ପକ୍ଷରୁ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ବୈଠକ ଆବାହିକା ନର୍ମଦା ସାହୁ ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ବାଇଁ ଯୋଗଦେଇଥିଲେ । ପାଚକ ପାଚିକାଙ୍କ ମୁଖ୍ୟ ସମସ୍ୟା ଦୈନିକ ମଜୁରୀ ବୃଦ୍ଧି ସଂପର୍କରେ ମିଳିତ ଆଲୋଚନା କରିବା ସହିତ ଅନ୍ୟ ସମସ୍ୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ପାଚକ ପାଚିକାଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ବିଜୁ ଶ୍ରମିକ ସଂଗଠନ ଆନୁକୁଲ୍ୟରେ ଆୟୋଜିତ ହେଇଥିବା ଏବଂ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ସାମ୍ମୁଖ୍ୟର ମହାସଚିବ ତଥା ରାଜ୍ୟସଭା ସାଂସଦ ସୁବାସ ସିଂ , ଜିଲ୍ଲାର ସମସ୍ତ ମାନ୍ୟବର ମନ୍ତ୍ରୀ ଓ ବିଧାୟକଙ୍କ ସହ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ରାଜ୍ୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ଯୋଗଦେବାକୁ ସମ୍ମତି ଅଛି । ଉକ୍ତ ସମ୍ମିଳନୀରେ ସଂଘର ଅତ୍ୟାବଶ୍ୟକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସାଂଗଠନିକ ପନ୍ଥାନେଇ ସ୍ୱତନ୍ତ୍ରଭାବେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦୁଷ୍ଟି ଆକର୍ଷଣ କରାଯିବାନେଇ ପଦକ୍ଷେପ ନିଆଯିବାର କାର୍ଯ୍ୟକ୍ରମ ରହିଥିବାରୁ ସମ୍ମିଳନୀକୁ ସଫଳ କରାଇବାକୁ ସମ୍ମତି ପ୍ରକାଶ ପାଇଥିଲା । ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପାଚିକା କର୍ମକର୍ତ୍ତା ମିନତି ପ୍ରଧାନ ,ରିନା ପ୍ରଧାନ , ସୁଦେଷ୍ଟା ମହାନ୍ତି , ସପନା ଏକ ନାହାକ , ହାଡ଼ିଆଣି ପ୍ରଧାନ , ସରସ୍ଵତୀ ବିଷୋୟୀ ପ୍ରମୁଖ ମିଳିତ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here