ଶେରଗଡ ବ୍ଳକରେ ବିଜେଡ଼ି ପକ୍ଷରୁ ବିକ୍ଷୋଭ

0
388

ଶେରଗଡ,୨୪/୧୧/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି ) ଶେରଗଡ଼ ବିଜୁ ଜନତା ଦଳ ପକ୍ଷରୁ ଅହେତୁକ ଦରଦାମ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀ ଶେରଗଡ଼ ବ୍ଲକ ବିଜୁ ଯୁବ ଛାତ୍ର ମହିଳା ଜନତା ଦଳ ତରଫରୁ ଚାରୀ ଛକ ଠାରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପଯ୍ୟନ୍ତ ଏକ ବିଶାଳ ରାଲି କରି ପଞ୍ଚାୟତ ସମିତି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିର ପ୍ରତିବାଦ କରି ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର ଙ୍କ ନେତୃତ୍ବରେ ଏହି ଆନ୍ଦୋଳନ କରାଯାଇଥିଲା । ଏହି ପ୍ରତିବାଦ ରାଲି ରେ ବ୍ଲକ ର ସମସ୍ତ ନେତୃବୃନ୍ଦ ଓ ବିଜୁ ପ୍ରେମୀ ସହ ସମସ୍ତ ପଞ୍ଚାୟତର ଛାତ୍ର ସଂଗଠନର ଛାତ୍ର କର୍ମୀ ଓ ମହିଳା ବିଜୁ ଜନତା ଦଳର ନେତୃମଣ୍ଡଳୀ ଯୋଗଦାନ କରିଥିଲେ। କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରିବା ସହିତ ଦର ନିୟନ୍ତ୍ରଣ କରିବାକୁ ମାନ୍ୟବର ରାଷ୍ଟ୍ରପତି ଉଦ୍ୟଶରେ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେହିପରି ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ଓ ତେଜରାତି ସାମଗ୍ରୀର ଅହେତୁକ ଦରବୃଦ୍ଧି ହୋଇଥିବା ଅଭିଯୋଗ କରିଛନ୍ତି । ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ କେନ୍ଦ୍ର ସରକାର ନେଉଥିବା ଶୁଳ୍କ କମାଇବା ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦର ନିୟନ୍ତ୍ରଣ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here