Home ବ୍ରହ୍ମପୁର ସ୍ପେଶାଳ ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ର ସାଧାରଣସଭା ଅବସରରେ ‘ମିଶ୍ରଣ ପର୍ବ’ ଏବଂ ଜନସ୍ବାସ୍ଥ୍ୟ...

ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ର ସାଧାରଣସଭା ଅବସରରେ ‘ମିଶ୍ରଣ ପର୍ବ’ ଏବଂ ଜନସ୍ବାସ୍ଥ୍ୟ ଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ‘ଗଣ ଧାରଣା’ ପାଇଁ ନିଷ୍ପତ୍ତି ।

0
522

ବ୍ରହ୍ମପୁର , ୩୦/୧୧/୨୦୨୧( ଟୁକୁନା ପ୍ରଧାନ): ରାଜ୍ୟ ର ଜଳ ଯୋଗାଣ ଭଳି ଅତ୍ୟାବଶ୍ୟକ ବିଭାଗ ଜନସ୍ବାସ୍ଥ୍ୟ ବିଭାଗ ଓ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ରେ ଦୀର୍ଘ ୨୮ ବର୍ଷ ରୁ ଉର୍ଦ୍ଧ୍ବ କାଳ କାର୍ଯ୍ୟରତ ଥିବା ଦୁଇ ହଜାରରୁ ଉର୍ଦ୍ଧ୍ବ ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶ୍ରୁତି ପ୍ରଦାନ କରି ପ୍ରତାରଣା କରି ଚାଲିଛନ୍ତି। ଯଦ୍ୱାରା କର୍ମଚାରୀ ମାନଙ୍କ ମଧ୍ୟରେ ହତାଶା ଓ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏହାର ଦୃଢ଼ ଜବାବ ଦିଆଯିବ ବୋଲି ସ୍ଥାନୀୟ ନଗର ଚିକିତ୍ସାଳୟ ମାର୍ଗ ସ୍ଥିତ ଜୀବନ କ୍ଳବ୍ ଠାରେ ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ର ସାଧାରଣ ସଭା ଅବସରରେ ଉପସ୍ଥିତ ଥିବା କର୍ମକର୍ତ୍ତା ତୀବ୍ର ସମାଲୋଚନା କରି ଦୃଢ଼ମତ ପ୍ରକାଶ କରିଥିଲେ।ଖଣ୍ଡ ସମ୍ପାଦକ ଆମ୍ବିରୀ ଜେନା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ କାର୍ଯକାରୀ ସଭାପତି କବିରାଜ ସାହୁ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ରବି କୁମାର ପାଣିଗ୍ରାହୀ, ରଘୁନାଥ ପାତ୍ର,ଅଶୋକ କୁମାର ଜେନା, ରୋହିତ କୁମାର ବେହେରା, ପୂର୍ଣ୍ଣଚନ୍ଦ୍ର ମିଶ୍ର, ହରିହର ବେହେରା ପ୍ରମୁଖ ଦୃଢ଼ ପ୍ରତିବାଦ କରିଥିଲେ।ସଭା ଅବସରରେ ଏକ ‘ମିଶ୍ରଣ ପର୍ବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ବିଭାଗୀୟ କର୍ମଚାରୀ ମାନଙ୍କ ଅନ୍ୟ ଏକ କର୍ମଚାରୀ ସଂଘ ରାଜ୍ୟ ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ଏସୋସିଏସନ୍ ର ଖଣ୍ଡ ସମ୍ପାଦକ ପ୍ରଦୀପ ସିଂ ଓ ଶାଖା ସମ୍ପାଦକ ଆର୍ ଚେନେୟା ରେଡ୍ଡୀ ଙ୍କ ସମେତ ୩୬ ଜଣ ସଦସ୍ୟ ସଦସ୍ୟା ପୂର୍ବରୁ ଥିବା ସଂଘ ରୁ ଇସ୍ତଫା ପ୍ରଦାନ କରି ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ରେ ଯୋଗଦାନ କରି ଏହି ସଂଘ ର ନିତି ଆଦର୍ଶରେ କାର୍ଯ୍ୟ କରିବା ପାଇଁ ମତ ପ୍ରଦାନ କରିଥିଲେ।
ଏହାକୁ ସଭାପତି ଶ୍ରୀ ଜେନାଙ୍କ ସମେତ ସମସ୍ତ କର୍ମକର୍ତ୍ତା ସ୍ବାଗତ କରିବା ସହ ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି ଭାର୍ଚୁଆଲ୍ ମାଧ୍ୟମରେ ସ୍ବାଗତ କରି ସ୍ଵୀକୃତି ପ୍ରଦାନ କରିଥିଲେ । ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି। ମୃତ୍ୟୁ ବରଣ କରିଥିବା ଏନ୍ ଏମ୍ ଆର୍ ଙ୍କ ଉତ୍ତରାଧିକାରୀ ଙ୍କୁ ନିଯୁକ୍ତି ପ୍ରଦାନ ଏବଂ ନନ୍ ହେଚ୍ ଆର୍ କର୍ମଚାରୀ ମାନଙ୍କୁ ହେଚ୍ ଆର୍ କର୍ମଚାରୀ ରୁପେ ମାନ୍ୟତା ପ୍ରଦାନ ସହ ସରକାରୀ ଅନୁମୋଦିତ ବେତନ ପ୍ରଦାନ, ଇତ୍ୟାଦି ର ସମାଧାନ ପାଇଁ ଆସନ୍ତା ତା ୧୦. ୧୨. ୨୦୨୧ ରେ କୋର୍ଟପେଟା ସ୍ଥିତ ଜନସ୍ବାସ୍ଥ୍ୟ ଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅନୁଷ୍ଠିତ ହୋଇ ବିଭାଗୀୟ କତ୍ତୃପକ୍ଷ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ ତଥାପି ସମାଧାନ ନହେଲେ ଆଗାମୀ ଦିନରେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଦୃଢ ମତ ପ୍ରକାଶ ପାଇଥିଲା ଏବଂ ଆମ୍ବିରୀ ଜେନା ଙ୍କ ଅଧ୍ୟକ୍ଷତା ରେ ଆନ୍ଦୋଳନ ପରିଚାଳନା କମିଟି ଗଠନ କରାଗଲା। ଏହି ସଭା ଅବସରରେ ସଂଘର ପୂର୍ବତନ ଯୁଗ୍ମ ସମ୍ପାଦକ ବର୍ଷିଆନ ନେତା ବି.ନାରାୟଣ ରାଓଙ୍କ ଦେହାନ୍ତ ରେ ଗଭୀର ଶୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର କୋଠିଆ, ଗିରିଜା ପ୍ରସାଦ ସିଂ,ନଗେନ ପାଢ଼ୀ, ରଞ୍ଜନ ମିଶ୍ର, ଭୀମସେନ ମିଶ୍ର,ବାଳକୃଷ୍ଣ ଚୌଧୁରୀ, ପ୍ରମୁଖ କର୍ମକର୍ତ୍ତା ଙ୍କ ସମେତ
ବ୍ରହ୍ମପୁର ମହାନଗର ଅଂଚଳର ବିଭାଗୀୟ ସମସ୍ତ
ଉପଖଣ୍ଡ ,ବଡ଼ ମାଧପୁର, କାଳିଆବାଲି,ଦକ୍ଷିଣପୁର ଜଳଭଣ୍ଡାର, ପାରଳାଖେମୁଣ୍ଡି, ଗୋପାଳପୁର, ଦିଗପହଣ୍ଡି ପ୍ରଭୃତି ଅଂଚଳର ଶତାଧିକ କର୍ମଚାରୀ ଅଂଶଗ୍ରହଣ କରି ଆନ୍ଦୋଳନ କୁ ପୂର୍ଣ୍ଣ ସମର୍ଥନ ଜଣାଇ ସଫଳ କରିବାକୁ ଶପଥ ଗ୍ରହଣ କରିଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!