କୋଦଳା ଏଲ ଏନ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଘାଟିତ

0
172

ବ୍ରହ୍ମପୁର, ୨୫/୧୨/୨୦୨୧(ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଏଲ ଏନ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆଜି ଜାତୀୟ ସେବା ଶିବିର ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ରଘୁନାଥ ମୁଦୁଲି ଏହାକୁ ଉଦଘାଟନ କରିଥିବା ବେଳେ ଗୌରାଦେଇପୁର ଗ୍ରାମରେ ଡଃ ସାଗରିକା ସ୍ୱାଇଁ ଙ୍କ ତତ୍ୱବାଧାନରେ ସ୍ବେଛାସେବୀଙ୍କୁ ତାଲିମ ପ୍ରଦାନ କରାଯାଇଥିବା ବେଳେ କାକୁଡ଼ିଆପଡା ଠାରେ ଡଃ ପ୍ରଦୀପ କୁମାର ପଣ୍ଡା,ଏସ. ରାମଚନ୍ଦ୍ରପୁର ଠାରେ ଅଧ୍ୟାପକ ସାଗର ଚାନ୍ଦ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଏସ୍ ସୂର୍ଯ୍ୟ ନାରାୟଣ ଦୋରା, ଅଧ୍ୟାପକ ବିନୋଦ କୁମାର ମିଶ୍ର, ଅଧ୍ୟାପକ ଡଃ ବିଷ୍ଣୁ ନାରାୟଣ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ କେନ୍ଦ୍ରରେ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here