ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ପୋର୍ଟ୍ସ କାଉନସିଲ ଦ୍ୱାରା ୫୩ ତମ ଅନ୍ତଃ ମହାବିଦ୍ୟାଳୟ ଆଥଲେଟିକ ପ୍ରତିଯୋଗିତା ଅନୁଷ୍ଠିତ

0
438

ବ୍ରହ୍ମପୁର,୨୫/୧୨/୨୦୨୧:
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ପୋର୍ଟ୍ସ କାଉନସିଲ ଦ୍ୱାରା ୫୩ ତମ ଅନ୍ତଃ ମହାବିଦ୍ୟାଳୟ ଆଥଲେଟିକ ପ୍ରତିଯୋଗିତା ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ରେ ୨୫ତାରିଖ ଏବଂ ୨୬ ତାରିଖରେ ଆୟୋଜିତ ହୋଇଥିଲା l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର କୁଳପତି ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଏବଂ ସେଥିରେ ସମ୍ମାନୀତ ଅତିଥି ଭାବେ ଅର୍ଜୁନ ପୁରସ୍କାର ପ୍ରାପ୍ତ ସାର. କେ. ରବି କୁମାର ଯୋଗ ଦେଇଥିଲେ । ଉଭୟ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥି ପ୍ରତିଯୋଗୀ ମାନଙ୍କୁ ଖେଳ କୁଦ ଜୀବନ ର ଏକ ଅଭିନ୍ନ ଅଙ୍ଗ ଭାବେ ଉତ୍ସାହିତ କରିଥିଲେ।ତେଣୁ ଖେଳକୁଦ ଏବଂ ପାଠପଢା କୁ ସମାନ ଭାବରେ ଦୃଷ୍ଟି ଦେବାକୁ ଉପଦେଶ ଦେଇଥିଲେ । ସ୍ୱାଗତ ଭାଷଣ ଡ. ଶେଷଦେବ ପାତ୍ର, ସ୍ପୋର୍ଟ୍ସ କାଉନସିଲ ସେକ୍ରେଟାରୀ ଙ୍କ ଦ୍ୱାରା ଦିଆ ଯାଇଥିଲା ଏବଂ ଧନ୍ୟବାଦ ଅର୍ପଣ ଡ. ସରୋଜ ଦାସ, ଆସିଷ୍ଟାଣ୍ଟ ରେଜିଷ୍ଟାର ଏବଂ ଓ.ଆଇ.ସି, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ, ସ୍ପୋର୍ଟ୍ସ କାଉନସିଲ ଙ୍କ ଦ୍ୱାରା ଦିଆ ଯାଇଥିଲା l ପାଖାପାଖି ୪୦୦ ପ୍ରତିଯୋଗୀ ୪୦ ବିଭିନ୍ନ ସହବନ୍ଧନ ମହା ବିଦ୍ୟାଳୟ ଏବଂ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ର ସ୍ନାତକୋତ୍ତର ବିଭାଗ ରୁ ଅଂଶଗ୍ରହଣ କରିଥିଲେ ।ଏହି ପ୍ରତିଯୋଗିତା ରେ ୧୬ ଟି ବିଭିନ୍ନ କ୍ରୀଡା ପୁରୁଷ ଦଳ ପାଇଁ ଏବଂ ୧୦ ଟି ବିଭିନ୍ନ କ୍ରୀଡା ମହିଳା ଦଳ ପାଇଁ ଆୟୋଜିତ ହୋଇଥିଲା ।ସ୍ପୋର୍ଟ୍ସ କାଉନସିଲ ର ସଦସ୍ୟ ଗଣ ଶ୍ରୀ ରବି ଚରଣ ମିଶ୍ର, ଶ୍ରୀ ରାଜେଶ ମହାନ୍ତି, ଶ୍ରୀ ଏ. ସଙ୍କରନ ପାତ୍ର, ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଶ୍ରୀ ବିକ୍ରମ ପରିଡା, ଶ୍ରୀ ଏସ. କ୍ରିଷ୍ଣା ରେଡ୍ଡୀ ଏବଂ ଶ୍ରୀ ରାଜେଶ ନାୟକ ଏହି ସଭାର ସମସ୍ତ ଆବଶ୍ୟକିୟ ଆୟୋଜନ କରିଥିଲେ l ମହିଳା ବିଭାଗ ଲଙ୍ଗ ଜମ୍ପ ରେ ପେନ୍ଦ୍ନ୍ଦ୍ରା ଣି ମହାବିଦ୍ୟାଳୟ ରୁ ମିସ. ରମ୍ମ୍ବୋତି ହରିଜନ ପ୍ରଥମ, ହାଇଜମ୍ପ ରେ ଶିମିଳିଗୁଡା ମହାବିଦ୍ୟାଳୟ ରୁ ମିସ ସମାରି ହରିଜନ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଜେ. ଜେ. ମହାବିଦ୍ୟାଳୟ, ରାଇକିଆ ରୁ ମିସ. ସୁଶାନ୍ତି ସୁନ୍ଦରୀ ପ୍ରଧାନ ସର୍ଟ ଫୁଟ ରେ ଏବଂ ଶିମିଳି ଗୁଡା ମହା ବିଦ୍ୟାଳୟ ରୁ ମିସ. ସମାରି ହଜାରିଆ ଜାଭେଲିନ ରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଛନ୍ତି l ପୁରୁଷ ବିଭାଗ ରେ ୧୫୦୦ ମିଟର ଦୌଡ ପ୍ରତିଯୋଗିତା ରେ ଗଞ୍ଜାମ ମହାବିଦ୍ୟାଳୟ ରୁ ଶ୍ରୀ ଦିନେଶ ପ୍ରଧାନ ପ୍ରଥମ ଏବଂ ୫୦୦୦ ମିଟର ଦୌଡ ପ୍ରତିଯୋଗିତା ରେ ଏସ. ବି. ପି ମହାବିଦ୍ୟାଳୟ, ସାମନ୍ତିପଲ୍ଲୀ ରୁ ଶ୍ରୀ ସାଇ କିରଣ ସାହୁ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଛନ୍ତି । ଆଦିବାସୀ ମହାବିଦ୍ୟାଳୟ, ବାଲିଗୁଡା ର ଶ୍ରୀ ଆଶିଷ ବେହେରା ଲଙ୍ଗ ଜମ୍ପ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଖେମୁଣ୍ଡି ମହାବିଦ୍ୟାଳୟ ଦିଗପହଣ୍ଡି ର ଶ୍ରୀ ଚନ୍ଦନ କୁମାର ସାହୁ ସର୍ଟ ଫୁଟ ରେ ଏବଂ ଶ୍ରୀ ବସନ୍ତ କୁମାର ସାହୁ ଡ଼ିସ କସ ଥ୍ରୋ ରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଛନ୍ତି l

LEAVE A REPLY

Please enter your comment!
Please enter your name here