ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଚଢ଼ାଉ, ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ସେକ୍ସନ-୧ କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀଙ୍କ ୪ଟି ସ୍ଥାନରେ ଚଢ଼ାଉ, କୋଟିଏ ୧୭ଲକ୍ଷ ଟଙ୍କା ର ସମ୍ପତ୍ତି ଠାବ

0
501

 

ବ୍ରହ୍ମପୁର,୨୮/୧୨/୨୦୨୧:
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଗପହଣ୍ଡି ଗ୍ରାମ୍ୟ ଉନ୍ନୟନ ସେକ୍ସନ-୧ କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀ ଙ୍କ ବ୍ରହ୍ମପୁର ଶକ୍ତି ନଗର-୨ଲାଇନ ରେ ଥିବା ତିନି ମହଲା ବାସଭବନ ସମେତ ୪ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଦିଗପହଣ୍ଡି ସ୍ଥିତ ସରକାରୀ କାର୍ଯାଳୟ, ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ରେ ଥିବା ନିଜ ପୈତୃକ ଘର ଏବଂ ବ୍ରହ୍ମପୁର ଉପକଣ୍ଠ ଲୋଚାପଡା ରେ ସମ୍ପର୍କୀୟ ଙ୍କ ବାସଭବନରେ ଏକାସାଙ୍ଗରେ ଚଢ଼ାଉ ଜାରି କରିଛନ୍ତି। ଭିଜିଲାନ୍ସ ଅଦାଲତ ସ୍ବତନ୍ତ୍ର ଜର୍ଜ ଙ୍କ ସର୍ଚ୍ଚ ଓ୍ବାରଣ୍ଟ ବଳରେ ୨ଜଣ ଭିଜିଲାନ୍ସ ଡିଏସପି ଙ୍କ ସମେତ ୬ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ମାନ ଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା।ଏହି ଚଢ଼ାଉ ବେଳେ ନିମଖଣ୍ଡି ଏବଂ ଆମ୍ବପୁଆ ଠାରେ ଥିବା ୫ଟି ପ୍ଳଟ, ୨ଟି ଦୁଇ ଚକିଆ ଯାନ, ଜୀବନବୀମାରେ ସାଢେ଼ ୧୦ ଲକ୍ଷ ଟଙ୍କା ର ଜମା, ବ୍ୟାଙ୍କ ରେ ୮ଲକ୍ଷ ୭୫ ହଜାର ଟଙ୍କା ର ଜମା,୧୦ଲକ୍ଷ ଟଙ୍କା ର ସୁନା ରୂପା ଅଳଙ୍କାର ପ୍ରଭୃତି ମୋଟ କୋଟିଏ ୧୭ଲକ୍ଷ ଟଙ୍କା ସମ୍ପତ୍ତି ଭିଜିଲାନ୍ସ ବିଭାଗ ଠାବ କରିଛନ୍ତି।

LEAVE A REPLY

Please enter your comment!
Please enter your name here