ସ୍ବାମୀ ବିବେକାନନ୍ଦ ଯୁବ ପରିଷଦ ଓ ବ୍ଲଡ଼ ଆର୍ମି ଗଞ୍ଜାମ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

0
292

ଶେରଗଡ଼,୨୮/୧୨/୨୦୨୧:ସାମ୍ପ୍ରତିକ ସ୍ଥିତିରେ ରକ୍ତର ଘୋର ସଙ୍କଟ ଯୋଗୁଁ ଅନେକ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜି ସ୍ଵାମୀ ବିବେକାନନ୍ଦ ଯୁବ ପରିଷଦ,ଗୋଠଗାଁ ଓ ବ୍ଲଡ଼ ଆର୍ମୀ ଗଞ୍ଜାମର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରକୁ ଡଃ.ବୃନ୍ଦାବନ ମିଶ୍ର,ଗ୍ରାମ ସଭାପତି ଶିବନାରାୟଣ ଖଣ୍ଡୁଆଳ,ଶିକ୍ଷାବିତ୍ ସିମାଞ୍ଚଳ ଖଣ୍ଡୁଆଳ,ସୂର୍ଯ୍ୟନାରାୟଣ ନାହାକ ଆଦି ଉଦଘାଟନ କରିଥିଲେ।ସୌଭାଗ୍ୟର ବିଷୟ ଶିବିରରେ ସମାଜର ବିଭିନ୍ନ ଶ୍ରେଣୀର ରକ୍ତଦାତାଙ୍କୁ ଦେଖିବାକୁ ମିଳିଥିଲା।ଏଥିରେ ଶିକ୍ଷକ,ସୈନିକ,ଛାତ୍ର,ବ୍ୟବସାୟୀ ଆଦି ବ୍ୟକ୍ତି ବିଶେଷ ରକ୍ତ ଦାନ କରିଥିଲେ।ସର୍ବୋପରି ଆଜିର ଶିବିରରେ ମୁଖ୍ୟ ଆକର୍ଷଣ ଥିଲେ ଜଣେ ଶାରୀରିକ ଅକର୍ମଣ୍ୟ ବ୍ୟକ୍ତି ଶଙ୍କର ମହାରଣା, ଯିଏ କି ମୋଟ ଚତୁର୍ଥ ଥର ନିମିତ୍ତ ରକ୍ତ ଦାନ କରି ସମାଜକୁ ସାମାଜିକ ସେବା ନିମିତ୍ତ ସମସ୍ତେ ସମର୍ଥ ବୋଲି ବାର୍ତ୍ତା ପ୍ରଦାନ କରିଛନ୍ତି।ଆଜିର ଶିବିରରେ ମୋଟ ୪୫ ଜଣ ବ୍ୟକ୍ତି ରକ୍ତଦାନ କରିଥିଲେ।ବ୍ଲଡ଼ ଆର୍ମୀ ଗଞ୍ଜାମର ପ୍ରତିଷ୍ଠାତା ଶିବରାମ ପାତ୍ର,ଯୁବ ସମାଜସେବୀ କୃଷ୍ଣଚନ୍ଦ୍ର ସୁଆଁସିଆ,ଟ୍ରୀ ଫାଉଣ୍ଡେସନର ସଂପାଦକ ନିରାକାର ବିଷୋୟୀ,ବିପଦର ବନ୍ଧୁ,ଓଡ଼ିଶାର ଉପସଭାପତି ନିଳ ଭଉଳ,ମୁଖପାତ୍ର ଚିନ୍ମୟ ପୋଲାଇ,ପପୁ ପରିଡ଼ା,ଗୌରହରି ପୋଲାଇ,ଚିନ୍ମୟ ଦଳାଇ,ମହେଶ୍ୱର ସେଠୀ,କାହ୍ନୁ ଖୁଣ୍ଟିଆ ଏବଂ ଅନୁଷ୍ଠାନର ସ୍ଵେଚ୍ଛାସେବୀ କାଳିଆ ବେହେରା,ପୂର୍ଣ୍ଣଚନ୍ଦ୍ର ସ୍ବାଇଁ,ଅନିଲ କୁମାର ପ୍ରଧାନ,ଜିତେନ୍ଦ୍ର ପ୍ରଧାନ,କହ୍ନେଇଁ ବିଶ୍ବାଳ,ପ୍ରଦୀପ ଲେଙ୍କା,ନବଘନ ବିଶ୍ବାଳ,ତ୍ରିନାଥ ଲେଙ୍କା,ଅଜିତ ବେହେରା,ଦୀପକ ବିଶ୍ବାଳ,ସଂଗ୍ରାମ ବିଶ୍ବାଳ,ମହେଶ୍ବର ସ୍ବାଇଁ ଆଦି ସଦସ୍ଯ ସହଯୋଗ କରିଥିଲେ।

ରିପୋର୍ଟ:ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here