ଏନ ପାଟଣା ବିଦ୍ୟାଳୟରେ ପୋଷାକ ବିତରଣ ମେଳା

0
249

ବୁଗୁଡା ୦୭/୦୧/୨୦୨୨ : ବୁଗୁଡା ବ୍ଲକ ଅନ୍ତର୍ଗତ ଏନ ପାଟଣା ପ୍ରାଥମିକ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଅଳିୟ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା। ମେଳାରେ ଅତିଥିଭାବେ ଏ.କରଡ଼ାବାଡି ପଞ୍ଚାୟତ ନାଏବ ସରପଞ୍ଚ ରଜନୀ ପ୍ରଧାନ, ଏସଏମସି ସଭାପତି ଦିଲ୍ଲୀପ କୁମାର ଡାଙ୍ଗୁଆ ଯୋଗ ଦେଇଥିଲେ। ସିଆରସିସ ଡି.ବାସୁଦେବ ଦୋରା ସଂଯୋଜନା କରିଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିବା ସହ ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here