ମୁମ୍ବାଇରେ ମୃତ ଦାଦନ ଶ୍ରମିକଙ୍କ ମରଶରୀରକୁ ଭିଟାମାଟିକୁ ଆଣିଲା ଓଡ଼ିଶା ମୋ ପରିବାର ।

0
222

ବ୍ରହ୍ମପୁର , ୦୭ /୦୧ /୨୦୨୨: ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ଅଭାବରୁ ନିଜ ଭିଟାମାଟି ଛାଡ଼ି
ପରିବାର ପ୍ରତିପୋଷଣ ନିମିତ୍ତ ସୁଦୂର ମହାରାଷ୍ଟ୍ରର ମୁମ୍ବାଇରେ କାମ କରିବାକୁ ଯାଇଥିବା ସାନଖେମୁଣ୍ଡି ବ୍ଲକ୍ ପୋଡାମାରି ପଞ୍ଚାୟତ ଢେପାଗୁଡ଼ାର ସୁଦର୍ଶନ ମଳିକଙ୍କ ମୃତ୍ୟୁ ଘଟିଛି । ଅସୁସ୍ଥତା କାରଣରୁ ନିଜ ଗ୍ରାମକୁ ଫେରିବା ସମୟ ଟ୍ରେନ ଯାତ୍ରାରେ ସେ ମୃତ୍ୟ ବରଣ କରିଥିଲେ । ସୁଦର୍ଶନଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କ ପାଖରେ ପହଞ୍ଚିଲା ପରେ ପରିବାର ବର୍ଗ ଚିନ୍ତିତ ହୋଇପଡ଼ିଥିଲେ । ପରିବାର ଲୋକେ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କୁ ମରଶରୀରକୁ ଭିଟାମାଟିକୁ ଆଣିବା ପାଇଁ ଜଣାଇଥିଲେ ! ଏହିଭଳି ଦୁଃସମ୍ବାଦ ପାଇବାପରେ ଉକ୍ତ ପରିବାରଙ୍କ ଅନୁରୋଧକୁ ରକ୍ଷାକରି ମରଶରୀରକୁ ନିଜ ଜନ୍ମମାଟିକୁ ଫେରାଇ ଆଣିବାକୁ ପୁର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ରାଜ୍ୟ ସରକାରଙ୍କ ‘ ଓଡ଼ିଶା ମୋ ପରିବାର ‘ ଯୋଜନା ଅନ୍ତର୍ଗତରେ ମୃତ ଶ୍ରମିକ ସୁଦର୍ଶନଙ୍କ ମରଶରୀରକୁ ନିଜ ଜନ୍ମମାଟିକୁ ଅଣାଯାଇଥିଲା । ଶୋକକୁଳ ପରିବେଶରେ ପୁର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ଶ୍ରୀମତି ନନ୍ଦିନୀ ଦେବୀ , ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ , ସାନଖେମୁଣ୍ଡି ତହସିଲଦାର ଡ଼ , ଶ୍ରୀନିବାସ ବେହେରା , ସାନଖେମୁଣ୍ଡି ବ୍ଲକ୍ ବିଜୁ ଜନତା ଦଳ ସଭାପତି ନୀଳମାଧବ ରାଉତ , ଯୁବ ବିଜେଡି ସଭାପତି ସନ୍ତୋଷ ବିଷୋୟୀଙ୍କ ସହ ଶତାଧିକ କର୍ମୀ , ସଂଗଠକ ଓ ସ୍ବେଚ୍ଛାସେବୀ ପ୍ରମୁଖ ଧେପାଗୁଡ଼ାରେ ଏକତ୍ରିତ ହୋଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏହା ସହିତ ତହସିଲଦାର ରେଡକ୍ରସ ତରଫରୁ ପରିବାରକୁ ଆର୍ଥିକ ଅନୁକମ୍ପା ପ୍ରଦାନ କରିଥିଲେ । ଉପସ୍ଥିତ ଅଧିକାରୀଙ୍କ ପକ୍ଷରୁ ମୃତକଙ୍କ ନିମିତ୍ତ ଉଦ୍ଧିଷ୍ଟ ସରକାରୀ ଯୋଜନାର ସୁଫଳ ପ୍ରଦାନରେ ପରିବାରକୁ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here