ସମାଜ ସଂସ୍କାରକ କଳାକାର ସମାଜ ପ୍ରତି ସରକାରଙ୍କ ସ୍ଵତନ୍ତ୍ର ଦୃଷ୍ଟି ପଡୁ : ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ

0
274

ବେଲଗୁଣ୍ଠା,୦୯/୦୧/୨୦୨୨:କଳା ଓ କଳାକାର ହୀତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ତରଫରୁ ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ ମାଁ ଉଖୁଡେଈ କଲ୍ୟାଣ ମଣ୍ଡପ ପରିସରରେ ଏକ କଳାକାର ସମାବେଶ ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନାଟ୍ୟ ବିଦ୍ୟା ଦୁଦ୍ଧ ପ୍ରଫୁଲ୍ଲ ବେହେରା କାର୍ଯ୍ୟକ୍ରମ ଉଦ୍ଘାଟନ କରିବା ସହ ସମ୍ପ୍ରତି କଳାକାର ମାନେ ଦୀର୍ଘ ତିନି ବର୍ଷ ଧରି ବେରୋଜଜଗାରି ହେତୁ ତାଙ୍କୁ ସରକାରୀ ସହାୟତା ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅଥିଥି ଭାବରେ ବେଳଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଯୋଗଦେଇ ସରକାରଙ୍କ କଳାକାର ମାରଣ ନୀତିର ଘୋର ବିରୋଧ କରିଥିଲେ । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବେଲଗୁଣ୍ଠା, ଭଞ୍ଜନଗର, ଜଗନ୍ନାଥ ପ୍ରସାଦ ବ୍ଳକ୍ ଅଞ୍ଚଳର ସମସ୍ତ କଳାକାର ଯୋଗ ଦେଇଥିଲେ । ପରିଶେଷରେ ଅନୁଷ୍ଠାନ ସଦସ୍ୟ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ସଂଯୋଜନାରେ ଭଞ୍ଜନଗର ପ୍ରତିନିଧି ବରିଷ୍ଠ କଳାକାର ଜୟ କୃଷ୍ଣ ପଟ୍ଟନାୟକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here