ଚିଙ୍ଗୁଡ଼ିଖୋଲରେ ନେତାଜୀ ପ୍ରଭାତ ଶାଖାର ବାର୍ଷିକ ଉତ୍ସବ ପାଳିତ

0
512

ବ୍ରହ୍ମପୁର,୧୨/୦୧/୨୦୨୨ (ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗ୍ରାମରେ ରାଷ୍ଟ୍ରୀୟ ସ୍ବୟଂ ସଙ୍ଘ ନେତାଜୀ ପ୍ରଭାତ ଶାଖାର ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟନାରାୟଣ ଦାଶ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରୀୟ ସ୍ବୟଂ ସଙ୍ଘର ଜିଲ୍ଲା କାର୍ଯ୍ୟବାହୀ ସଞ୍ଜୟ କୁମାର ଦାସ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେଗୁନିଆପଡା ଖଣ୍ଡ କାର୍ଯ୍ୟବାହୀ ଗଣେଶ୍ୱର ମୁଦୁଲି, ଚିଙ୍ଗୁଡ଼ିଖୋଲ ଶାଖା ପାଳକ ସଂଜୀବ କୁମାର ପ୍ରଧାନ, ସ୍ୱୟଂ ସେବକ ହରେକୃଷ୍ଣ ଦାସ, ଦାମୋଦର ପ୍ରଧାନ, ବାନାମ୍ବର ପ୍ରଧାନ, ଫକୀର ରାଉତ, ଜିତେନ୍ଦ୍ର କୁମାର ଗୌଡ଼, ବସନ୍ତ ମଲ୍ଲିକ, ଯୋଗେଶ୍ୱର ଦାସ, ରାକେଶ ପଣ୍ଡା, ଚନ୍ଦନ ଗୌଡ଼, ସଂଗ୍ରାମ ସାହୁ, ପ୍ରସାଦ ଡାକୁଆ, ନିଳାଞ୍ଚଳ ଡାକୁଆ ସମେତ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here