ବାଇକ ଦୁର୍ଘଟଣା ରେ ତିନି ଆହତ ଜଣେ ଗୁରୁତର

0
763

ପାତ୍ରପୁର,୨୧/୦୧/୨୦୨୨:ଗଞ୍ଜମ ଜିଲ୍ଲା ପାତ୍ରପୁର ବ୍ଳକ ଅନ୍ତର୍ଗତ ସୁରଙ୍ଗୀ ଖାରିଆଗୁଡା ରାସ୍ତାର ଡାହାଣୀ ବଟ ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣା ହେବା ଫଳରେ ତିନିଜଣ ଆହତ ହୋଇଛନ୍ତି ।ଆହତ ମନେ ହେଲେ ତୁରିବୁଡି ପଞ୍ଚାୟତ ପୁହୁଣ୍ଡି ଗ୍ରାମର ରବୀନ୍ଦ୍ର ନାୟକ ସାଇପ୍ରସାଦ ନାୟକ ଏବଂ ଦେବଶଙ୍କର ନାୟକ ବୋଲି ଜଣା ପଡ଼ିଛି। ସମସ୍ତେ ଆହତ ମାନଙ୍କୁ ୧୦୮ଯୋଗେ ଚିକିତ୍ସାପାଇଁ ପାତ୍ରପୁର ନିଆ ଯାଇଛି।ତେବେ ରବୀନ୍ଦ୍ର ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ରବୀନ୍ଦ୍ର ଙ୍କ ସାତବର୍ଷ ପୁଅର ଗତ ପାଞ୍ଚଦିନ ପୂର୍ବେ ମୃତ୍ୟୁ ହୋଇଥିଲା। ତାହାର ଶୁଦ୍ଧି ପାଇଁ ହାଇଦ୍ରାବାଦ ରେ ରହୁଥିବା ଭାଇ ଏବଂ ପୁତୁରା ଙ୍କୁ ପାତ୍ରପୁର ରୁ ବାଇକ ଯୋଗେ ଆଣୁଥିବା ବେଳେ କର୍ଲଭଟ କୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟି ଥିବା ଜଣା ଯାଇଛି।
ରିପୋର୍ଟ- ଆଲୁ ଜୟ ପ୍ରକାଶ

LEAVE A REPLY

Please enter your comment!
Please enter your name here