ଆସନ୍ତା ୪ ତାରିଖରୁ ଟାଟା ପାଓ୍ବାର ସାମ୍ନାରେ ଆମରଣ ଅନଶନରେ ବସିବେ ଅସ୍ଥାୟୀ କର୍ମଚାରୀ

0
181

ବ୍ରହ୍ମପୁର,୨୮/୦୧/୨୦୨୨:

ଦୀର୍ଘ ୧୫-୧୭ ବର୍ଷ ଧାରାବାହିକ ଅସ୍ଥାୟୀ କର୍ମଚାରୀ ରୂପେ ସାଉଥକୋ ଅଧୀନରେ କାମ କଲାପରେ, ଚାକିରିର ସ୍ଥାୟିତ୍ବ ପାଇଁ ସାଉଥକୋ ଓ ସରକାର ନିକଟରେ ନିବେଦନ କରି ଆସୁଛନ୍ତି । ଏହି କ୍ରମରେ ୨୦୧୮ମସିହା ଫେବୃଆରୀ ୯ତାରିଖ ଦିନ ଓଡ଼ିଶା ବିଜୁଳି କର୍ମଚାରୀ ସଂଗଠନର କର୍ମକର୍ତ୍ତା ଓ ରାଜ୍ୟ ଶକ୍ତି ବିଭାଗର ସେକ୍ରେଟାରୀ ଶ୍ରୀ ହେମନ୍ତ କୁମାର ଶର୍ମାଙ୍କ ସହ ଏକ ଆଲୋଚନା ହୋଇଥିଲା । ଯେଉଁଥିରେ କି ସାଉଥକୋର ଉଚ୍ଚ ପଦାଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ଆଲୋଚନାରେ ଶକ୍ତି ବିଭାଗ ସେକ୍ରେଟାରୀ ଶ୍ରୀ ଶର୍ମା ଙ୍କ ନିର୍ଦ୍ଦେଶକ୍ରମେ ୨୦୦ (ଦୁଇଶହ) ଆଉଟସୋସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଓ ବଳକା କର୍ମଚାରୀଙ୍କୁ ପର୍ଯ୍ୟାୟ କ୍ରମେ ବରିଷ୍ଠତା ଭିତ୍ତିରେ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ସାଉଥକୋ କର୍ତ୍ତୃପକ୍ଷ ସହମତି ହୋଇଥିଲେ । ତଦନୁଯାୟୀ ତା ୧୧-୦୨-୨୦୧୮ ଦିନ ସାଇଥକୋ କର୍ତ୍ତୃପକ୍ଷ ଓ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ମଧ୍ୟରେ ଏକ ଦ୍ଵିପାକ୍ଷିକ ଚୁକ୍ତିନାମା ହୋଇଥିଲା। ଏହି ଚୁକ୍ତି ହିସାବରେ ପ୍ରଥମେ ୨୦୦ ଅସ୍ଥାୟୀ କର୍ମଚାରୀ ଓ ପରେ ପର୍ଯ୍ୟାୟ କ୍ରମେ ଅନ୍ୟମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ବିଭିନ୍ନ ଗଣତାନ୍ତ୍ରିକ ପ୍ରକ୍ରିୟା ଦ୍ବାରା ସାଇଥକୋ କର୍ତ୍ତୃପକ୍ଷ ଓ ସରକାରଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ବାରମ୍ବାର ଦାବି କରିଆସିଛି । ଇତି ମଧ୍ୟରେ ରାଜ୍ୟ ସରକାର ସାଉଥକୋ ବିଦ୍ୟୁତ ବଣ୍ଟନ କମ୍ପାନିକୁ ଟାଟା ପାଓ୍ବାରକୁ ହସ୍ତାନ୍ତର କରିଛନ୍ତି । କର୍ମଚାରୀମାନଙ୍କର ଅଭିଭାବକ ମାନେ ଗତ ଡିସେମ୍ବର ୩୦ ତାରିଖରେ ଟିପିଏସଡିଏଲ୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ କିନ୍ତୁ କୌଣସି ସମାଧାନର ପନ୍ଥା ନିର୍ଣ୍ଣୟ ହୋଇପାରିଲା ନାହିଁ । ବର୍ତ୍ତମାନ ଟିପିଏସଡିଏଲ୍ କର୍ତ୍ତୃପ ପରୀକ୍ଷା ମାଧ୍ୟମରେ ଖାଲିଥିବା ସ୍ଥାନ ପୂରଣ କରିବା ପାଇଁ ବିଜ୍ଞାପନ ଜାରି କରିଛନ୍ତି । ଏହାର ପ୍ରତିବାଦ ସ୍ବରୂପ ପରୀକ୍ଷା କରିବା ପ୍ରକ୍ରିୟା ବନ୍ଦ କରି ଓ ଯୋଗ୍ୟତା ମାଧ୍ୟମରେ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ସଂଘ ଦାବି କରିଛି । ଟାଟା ପାଓ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ତରଫରୁ ଅସ୍ଥାୟୀ କର୍ମଚାରୀମାନେ ବିଭିନ୍ନ ପ୍ରକାର ଅଭିନବ ପ୍ରୟାସ ଯେପରିକି ରାଜରାସ୍ତାରେ ଭୀଷା ବୃଦ୍ଧି, ସଂଗ୍ରାମ ପାଣ୍ଠି ଆଦାୟ, ଟାଟା ପାୱାର ନିକଟରେ ଶବଦାହ କରିବା ଏହିପରି ବିଭିନ୍ନ ଉପାୟରେ ଅଭିନବ ପ୍ରତିବାଦ କରିଥିଲେ। କିନ୍ତୁ ଟିପିଏସ୍ଓଡିଏଲ କର୍ତ୍ତୃପକ୍ଷ କୌଣସି ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ନିବେଦନକୁ କର୍ଣ୍ଣପାତ ନକରିବାରୁ ୬ଜଣ ଆଉଟସୋର୍ସିଂ କର୍ମଚାରୀକୁ ନେଇ ଆମରଣ ଅନଶନ କରିବା ପାଇଁ ସଂଘ ନିଷ୍ପତି ନେଇଛି । ଶ୍ରୀ ସୁଭ୍ରାଂଶୁ ଶେଖର ପାତ୍ର, ଶ୍ରୀ ହର ପ୍ରସାଦ ବିଷୋୟୀ, ଶ୍ରୀ ସନ୍ତୋଷ କୁମାର ପାତ୍ର, ଶ୍ରୀ ହରିହର ପଣ୍ଡା, ଶ୍ରୀ ତିରୁପତି ନାୟକ, ଶ୍ରୀ ଜି. ଅଚ୍ୟୁତ ରାଓ ପ୍ରମୁଖ ଅସୁୟୀ କର୍ମଚାରୀମାନେ ଆସନ୍ତା ୪ ତାରିଖ ଠାରୁ ଆମରଣ ଅନଶନ ଟିପିଏସ୍ଓଡ଼ିଏଲ୍‌ କର୍ପୋରେଟ ଅଫିସ୍ ସମ୍ମୁଖରେ ଅନଶନ ଆରମ୍ଭ କରିବେ । ଏହି ସମସ୍ୟାରେ ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି । ମୂଖ୍ୟମନ୍ତ୍ରୀ ତୁରନ୍ତ ଏହି ସମସ୍ୟାର ସମାଧାନ ନିମନ୍ତେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here