ବୁଗୁଡା ପୋଲିସ ଥାନା ପକ୍ଷରୁ ବିଭିନ୍ନ ଗ୍ରାମରେ ଫ୍ଲାଗ ମାର୍ଚ୍ଚ

0
212

ବୁଗୁଡା, ୨୮/୦୧/୨୦୨୧: ବୁଗୁଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳା ସହ କରାଇବା ପାଇଁ ବୁଗୁଡା ପୋଲିସ ଜାନୁଆରୀ ୨୮ ତାରିଖ ଦିନ ବିଭିନ୍ନ ପଞ୍ଚାୟତରେ ଫ୍ଲାଗ ମାର୍ଚ୍ଚ କରିଥିବା ଜଣାପଡ଼ିଛି। ବୁଗୁଡା ବ୍ଲକର ବିଭିନ୍ନ ସମ୍ବେଦନଶୀଳ ଗ୍ରାମ ଗୁଡିକରେ ପୋଲିସ ବାହିନୀ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ସହ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡିଛି। ବିଗତ ନିର୍ବାଚନରେ ଯେଉଁ ସବୁ ଗ୍ରାମ ଗୁଡିକରେ ବୁଥ ଦଖଲ, ରେଗିଙ୍ଗ, ଓ ଗଣ୍ଡଗୋଳ ସୃଷ୍ଟି ହୋଇଛି, ସେହି ସବୁ ସମ୍ବେଦନଶୀଳ ଗ୍ରାମ ଗୁଡିକରେ ଫ୍ଲାଗ ମାର୍ଚ୍ଚ କରାଯିବ ସହ ପୋଲିସ ସତର୍କତା ଅବଲମ୍ବନ କରୁଛନ୍ତି। ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ବରେ ଶୁକ୍ରବାର ଦିନ ଅତିରିକ୍ତ ଆଇଆଇସି ଶର୍ମିଷ୍ଠା ପ୍ରଧାନ, ବାଲିପଦର ଫାଣ୍ଡି ଓଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସବ-ଇନ୍ସପେକ୍ଟର ସମୀର କୁମାର ସେଠୀ, ଓ ଏସ.ଏମ ସାହୁ, ସହସବ-ଇନ୍ସପେକ୍ଟର ଶ୍ରୀ ମହାଙ୍କୁଡ଼ ଓ ଶ୍ରୀ ମହାପାତ୍ର ପ୍ରମୁଖଙ୍କ ସମେତ ପୋଲିସ ବାହିନୀ ଗୋଲିଆ, ବାଦୁଆ, ଭାମସ୍ୟାଳି, ବାଲିପଦର ଓ ମହୁଲପଲ୍ଲୀ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି। ଯେକୌଣସି ପରିସ୍ଥିତି ର ସମ୍ମୁଖୀନ ପାଇଁ ବୁଗୁଡା ପୋଲିସ ସତର୍କ ରହିଥିବା ଏହି ଫ୍ଲାଗ ମାର୍ଚ୍ଚରୁ ସୂଚନା ମିଳୁଛି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here