ଦୁର୍ନୀତି ର ଗନ୍ତାଘର ବ୍ରହ୍ମପୁର ଜଳଯୋଗାଣ ଓ ପରିମଳ ଡିଭିଜନ

0
408

ବ୍ରହ୍ମପୁର,୨୮/୦୧/୨୦୨୨:ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପିଇବା ପାଣି ର ସୁବନ୍ଦୋବସ୍ତ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି।କିନ୍ତୁ କିଛି ଦୁର୍ନୀତିଗସ୍ତ ଯନ୍ତ୍ରୀ ଙ୍କ କାର୍ଯ୍ୟକଳାପ ପାଇଁ ସରକାର ଙ୍କ ମହତ ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ସଫଳ ରୂପାୟନ ହୋଇପାରୁନାହିଁ।ବରଂ ସରକାରଙ୍କ ଏହି କୋଟି କୋଟି ଟଙ୍କାର ବ୍ୟୟବରାଦ ରୁ ଏହି ଦୁର୍ନୀତିଗସ୍ତ ଯନ୍ତ୍ରୀ ମାନେ ସୁଯୋଗ ନେଇ ବହୁ ବେନିୟମ କାର୍ଯ୍ୟ କରୁଥିବା ଜଣାଯାଇଛି।ଏମିତି ଏକ ଦୁର୍ନୀତି ର ଗନ୍ତାଘର ହେଉଛି ବ୍ରହ୍ମପୁର ସ୍ଥିତ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଡିଭିଜନ କାର୍ଯାଳୟ।ଏହି କାର୍ଯ୍ୟଳୟ ରେ କାର୍ଯରତ ନିର୍ବାହୀ ଯନ୍ତ୍ରୀ ୨୦୧୮ମସିହା ରେ ଯୋଗ ଦେବାଠାରୁ ବହୁ ବେନିୟମ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ନିର୍ମାଣ ହୋଇଥିବା ପ୍ରାୟ ଓଭରହେଡ୍ ଟ୍ୟାଙ୍କ ରେ କୈଣସି ରେ ମଧ୍ୟ ବିଜୁଳି ପ୍ରତିରୋଧ ଯନ୍ତ୍ରୀ (Lightning Aresster) ଏବଂ ଜଳ ମାପିବା ଯନ୍ତ୍ର(Water level indicator) ବ୍ୟବହୃତ ହୋଇନଥିବା ଅଭିଯୋଗ ହୋଇଛି।ଯାହାକି ପ୍ରତ୍ୟେକ ଟି ର ମୂଲ୍ୟ ୩୦ହଜାର ଲେଖାଏଁ ୨୦୦ଟି ର ମୂଲ୍ୟ ପ୍ରାୟ ୬କୋଟି ହେରଫେର ହୋଇଥିବା ଜଣାପଡିଛି।ସେପରି ଜଳଯୋଗାଣ ପରିଚାଳନା ଓ ମରାମତି ପାଇଁ ବେନିୟମ ଭାବେ F2 ଏଗ୍ରିମେଣ୍ଟ ଜରିଆରେ ୫ଲକ୍ଷ ଟଙ୍କା ହିସାବରେ ହଜାର ହଜାର ସଂଖ୍ୟା ରେ କରାଯାଇ ସରକାରୀ ରାଜସ୍ୱ ଦିନଦ୍ବିପ୍ରହର ରେ ଲୂଟ ହେଉଛି।ଏ ସମ୍ପର୍କରେ ସୁଚନା ପାଇଁ ସୁଚନା ଅଧିକାର ଆଇନ ଅନୁଯାୟୀ ଜନୈକ ଆବେଦନକାରୀ ଭୂବନେଶ୍ୱର ସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ତଥ୍ୟ ପାଇଁ ଗତବର୍ଷ ନଭେମ୍ବର ୭ତାରିଖରେ ଆବେଦନ କରିଥିଲେ,ଯାହାକି ସର୍ବୋଚ୍ଚ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ସଂଖ୍ୟା ୯୮୫୭/ତା-୧୨/୧୧/୨୦୨୧ରେ ବ୍ରହ୍ମପୁର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କାର୍ଯ୍ୟାଳୟ କୁ ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଥିଲା।କିନ୍ତୁ ସୁଚନା ଆଇନ ର ନିର୍ଦ୍ଧାରିତ ସମୟସୀମା ର ଦୀର୍ଘ ଦିନ ପରେ ମଧ୍ୟ ତଥ୍ୟ ପ୍ରଦାନ କରାଯାଇନଥିବା ଜଣାପଡିଛି।ଯାହାକି,ଏହି କାର୍ଯ୍ୟାଳୟରେ ବେନିୟମ କାର୍ଯ୍ୟ ହେଉଥିବା ଅଭିଯୋଗ ର ସତ୍ୟତା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ଏପରିକି ଏହି କାର୍ଯାଳୟ ରେ କିରାଣୀ ମାନେ ଦୀର୍ଘଦିନ ଧରି କାର୍ଯ୍ୟ କରି ମଧ୍ୟ ଜଣେ ଜଣେ କୋଟିପତି ହେଉଥିବା ଅଭିଯୋଗ ହେଉଛି।ଏହି କାର୍ଯ୍ୟାଳୟରେ ଦୀର୍ଘ ଦିନ କାର୍ଯ୍ୟ କରୁଥିବା ରାତ୍ର ଜଗୁଆଳି, ପିଅନ ମାନେ ମଧ୍ୟ ଠିକାଦାର ଲାଇସେନ୍ସ କରି ନିର୍ବାହୀ ଯନ୍ତ୍ରୀ ଙ୍କ ବେନିୟମ କାର୍ଯ୍ୟ ରେ ସହଭାଗିତାରେ ରାଜସ୍ବ ଲୁଟି ନେଉଛନ୍ତି।ଜନୈକ ୪ର୍ଥ ଶ୍ରେଣୀ କର୍ମଚାରୀ ଙ୍କ ଜରିଆରେ ନିର୍ବାହୀ ଯନ୍ତ୍ରୀ ଏଠାରେ ସମସ୍ତ ପ୍ରକାର ବେନିୟମ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି।ଏଣୁ ଏହି କାର୍ଯ୍ୟାଳୟ ସମସ୍ତ କାର୍ଯ୍ୟ କୁ ଭିଜିଲାନ୍ସ ବିଭାଗ ଦ୍ବାରା ତଦନ୍ତ କରିଲେ ବହୁ ଦୁର୍ନୀତି ର ପର୍ଦ୍ଦାଫାଶ ହେବ।

LEAVE A REPLY

Please enter your comment!
Please enter your name here