ଧାରଣାରତ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଏଚ୍ଏମ୍ଏସ୍

0
357

ବ୍ରହ୍ମପୁର, ୨୮/୦୧/୨୦୨୨ : ବ୍ରହ୍ମପୁର ମହାନଗରରେ ଥିବା ଟିପିଏସଓଡିଏଲ (TPSODL) କର୍ପୋରେଟ୍ ଅଫିସ ସମ୍ମୁଖରେ ସାଉଥ୍‌କୋ ୟୁଟିଲିଟିରେ ବର୍ଷ ବର୍ଷ ଧରି କାର୍ଯ୍ୟରତ ଆଉଟସୋସିଂ କର୍ମଚାରୀମାନେ ନ୍ୟାଯ୍ୟ ଦାବି ନେଇ ଗତ ୬ ମାସରୁ ଉର୍ଦ୍ଧ ଦିନ ଧରି ଧାରଣା ଦେଇଛନ୍ତି। ସମ୍ପ୍ରତି ଟାଟା ପାଓ୍ବାର ଓଡ଼ିଶାର ବିଦ୍ୟୁତ ଯୋଗାଣ ସଂସ୍ଥାକୁ ହାତକୁ ନେବା ପରେ ଉକ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରୁନାହିଁ। ଫଳରେ ପ୍ରାୟ ୩ ହଜାର କର୍ମଚାରୀ ଜୀବିକା ହରାଇ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଇତିମଧ୍ୟରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନକରିବା ଉଦବେଗର ବିଷୟ। ଗୋଟିଏ ଜନକଲ୍ୟାଣ ସରକାରରେ ଏଭଳି ଘଟଣା ଆଦୌ ଶୁଭଙ୍କର ନୁହେଁ । ଅପରପକ୍ଷରେ ଧାରଣାରତ କର୍ମଚାରୀମାନେ ପୁନଃ ନିଯୁକ୍ତି ଦାବି କରି ଆସୁଥିବା ବେଳେ ମାନ୍ୟବର ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ମାନୁନାହାନ୍ତି।
ଏଠାରେ ଉଲ୍ଲେଖ କରାଯାଇପାରେ ଟାଟା କମ୍ପାନୀ ସାଉଥକୋ ୟୁଟିଲିଟିକୁ ନେବା ପରେ ୟୁନିଟ ପିଛା ୫୦ ପଇସା ବୃଦ୍ଧି କରି ଗ୍ରାହକମାନଙ୍କ ଉପରେ ଆର୍ଥିକ ଭାଗ ଲଦି ଦେଇଛି। ୨୦୨୧ ସୁଦ୍ଧା ଦକ୍ଷିଣ ଓଡ଼ିଶାରେ ପ୍ରାୟ ୨୫ ଲକ୍ଷ ବିଦ୍ୟୁତ ଉପଭୋକ୍ତା ରହିଥିବା ବେଳେ ସେମାନଙ୍କ ଉପରେ ଆର୍ଥିକ ବୋଝ ବୃଦ୍ଧି କରି କମ୍ପାନୀ ନିଜର ପାଣ୍ଠି ବଢ଼ାଇ ଚାଲିଥିବା ବେଳେ କର୍ମଚାରୀଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ପରିତାପର ବିଷୟ। ପୂର୍ବରୁ କମ୍ପାନୀ କରିଥିବା ଚୁକ୍ତିନାମାକୁ ସମ୍ପୂର୍ଣ୍ଣ ଖୁଲାପ କରିଛି। କମ୍ପାନୀର ମନମାନି ଚାଲିଥିବା ବେଳେ ଧାରଣାରତ କର୍ମଚାରୀଙ୍କ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ହିନ୍ଦୁ ମଳଦୁର ସଭା (ଏଚଏମଏସ)ର ରାଜ୍ୟ ଉପସଭାପତି ରବି ରଥ ମୁଖ୍ୟମନ୍ତ୍ରୀ, ଶଭି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଓଇଆରସିର ଅଧ୍ୟକ୍ଷଙ୍କକୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here