ଅଙ୍ଗାରଗାଁ ପଞ୍ଚାୟତ ରେ ସମିତିସଭ୍ଯ ପଦବୀ ପାଇଁ ଦାଦା ପୁତୁରା ଭିତରେ ଲଢେଇ

0
152

ବ୍ରହ୍ମପୁର,୨୯/୦୧/୨୦୨୨(ଟୁକୁନା ପ୍ରଧାନ) ନିର୍ବାଚନ ଆଣିଦେଇଛି ଘରେ ଘରେ ଲଢେଇ । କେଉଁଠି ଭାଇ କୁ ଟକ୍କର ଦେଉଛି ଭାଇ ତ କେଉଁଠି ବାପା ବିରୁଦ୍ଧ ରେ ଠିଆ ହୋଇଛି ପୁଅ। କେଉଁଠି ମଧ୍ଯ ଦେଖିବାକୁ ମିଳୁଛି ଦୁଇ ଭଉଣୀ ଭିତରେ ଲଢେଇ। ଏଠି କିନ୍ତୁ ଦାଦା, ପୁତୁରା ନିର୍ବାଚନ ରଣାଙ୍ଗନରେ ।ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତରେ । ଦାଦା, ପୁତୁରା ସମିତିସଭ୍ଯ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଦାଦା ଦାଶରଥି ସେଠୀ ଷ୍ଟୁଲ୍ ଚିହ୍ନ ରେ ଛିଡା ହୋଇଥିବା ବେଳେ ପୁତୁରା ଅଶୋକ କୁମାର ସେଠୀ କେଟିଲ୍ ଚିହ୍ନରେ । ଦାଦା, ପୁତୁରା ଙ୍କ ନିର୍ବାଚନ ରେ ଅବତୀର୍ଣ୍ଣ ଚାରିଆଡ଼େ ଆଲୋଚନା ର ଖୁରାଗ ଯୋଗାଇଛି । ସୂଚନା ମୁତାବକ ଅଙ୍ଗାରଗାଁ ପଞ୍ଚାୟତ ସରପଞ୍ଚ ପଦବୀ ଅନୁସୂଚିତ ଜାତି ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ସମିତିସଭ୍ଯ ପଦବୀ ଅନୁସୂଚିତ ଜାତି ପୁରୁଷ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏଥିସହିତ ଅଙ୍ଗାରଗାଁ ପଞ୍ଚାୟତ ୧୪ ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବେଳେ ନୂଆଁଗଡ଼, ଫାରକାପଲି, ଅଙ୍ଗାରଗାଁ, ବୋରିଆସାହି, ଗିଲୁଣ୍ଡା, ସଙ୍ଖଭୂମି ଆଦି ୬ ଗୋଟି ରାଜସ୍ୱ ଗାଁ ଅଛି । ଏହି ପଞ୍ଚାୟତ ର ମହିଳା ଭୋଟର ସଂଖ୍ୟା ୨୨୦୭ ଏବଂ ପୁରୁଷ ଭୋଟର ସଂଖ୍ୟା ୨୪୪୧ ଏବଂ ମୋଟ୍ ଭୋଟର ସଂଖ୍ୟା ହେଲା ୪୬୪୮ । ଦେଖାଯାଉ ଆଗକୁ କିଏ ବିଜୟଲାଭ କରୁଛି ଏବଂ କିଏ ପରାଜୟ ବରଣ କରୁଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here