ଗଞ୍ଜାମ କଂଗ୍ରେସର ପଂଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ । ଦଳୀୟ ସଫଳତା ତର୍ଜମା ସହ ପ୍ରାର୍ଥୀଙ୍କୁ ବିଜୟର ଗୁରୁମନ୍ତ୍ର ଦେଲେ ରମେଶ ଜେନା

0
418

ବ୍ରହ୍ମପୁର , ୨୯/୦୧/୨୦୨୨: ସମ୍ପ୍ରତି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀ ଚୟନ ଓ ମନୋନୟନ ପ୍ରକ୍ରିୟା ପରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଦୀର୍ଘବର୍ଷର ବ୍ୟବଧାନରେ ପଂଚାୟତ ନିର୍ବାଚନ ପ୍ରାରିପ୍ରେକ୍ଷୀରେ ଜିଲ୍ଲାରେ ଲଢ଼ୁଆ ବ୍ୟକ୍ତିତ୍ଵ ଭାବେ ପରିଚିତ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ନିର୍ବାଚନ ଗୋଟି ଚାଳନାରେ କଂଗ୍ରେସ ସଫଳତା ଆଣିବା ଆଶା କରିଅଛି । ଚଳିତ ନିର୍ବାଚନରେ ଗଞ୍ଜାମ ଜିଲ୍ଲା ପରିଷଦରେ କଂଗ୍ରେସର ଆଶାନୁରୂପ ସଫଳତା ପାଇବା ନେଇ ଦଳୀୟ କର୍ମୀ ଓ କର୍ମକର୍ତ୍ତା ତୃଣମୂଳ ସ୍ତରରେ ବହୁ ପରିଶ୍ରମ କରୁଥିବା ବେଳେ ରମେଶ ଜେନାଙ୍କ ଭାବମୂର୍ତ୍ତି ଆଧାରରେ ଦଳ ବହୁ ଜିଲ୍ଲାପରିଷଦ ଆସନ ହାତେଇବା ଲକ୍ଷ୍ୟରେ ଥିବା ଜଣାଯାଇଛି । ଲକ୍ଷ୍ୟ ସାଧନରେ ଉପଯୋଗୀ ଉପାଦାନକୁ ନଜର ଆନ୍ଦାଜ୍ ନକରି ଜିଲ୍ଲାର ମୋଟ ୬୯ ଆସନରେ କଂଗ୍ରେସ ପ୍ରାର୍ଥୀ ଚୟନ କରିଥିବାରୁ ଚଳିତ ନିର୍ବାଚନ କଂଗ୍ରେସ ପାଇଁ ଶିକ୍ଷଣୀୟ ହେବା ସହ ଜିଲ୍ଲା ରାଜନୀତିରେ ନୂତନ ସମ୍ଭାବନା ସୃଷ୍ଟି କରୁଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ କର୍ମୀ , କର୍ମକର୍ତ୍ତା ଓ ଦଳୀୟ ପ୍ରାର୍ଥୀଙ୍କ ସମାବେଶରେ ଏକ ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲା ସଭାପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଅଛି । କୁକୁଡ଼ାଖଣ୍ଡି ନିକଟ ବଉଳଝୋକି ସ୍ଥିତ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନାଙ୍କ ଫାର୍ମ ହାଉସରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ୍ ଓ ନଗର କଂଗ୍ରେସ ସଭାପତି , ବିଶିଷ୍ଟ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରାର୍ଥୀଙ୍କ ସହଯୋଗିତା ନେଇ ବିସୃତ ଆଲୋଚନା କରାଯାଇଛି । କଂଗ୍ରେସ ପ୍ରାର୍ଥୀଙ୍କ ବିଜୟରେ ବାଧକ ତତ୍ୱକୁ ତର୍ଜମା ସହ ସରକାର ବିରୋଧୀ ହାୱାକୁ ସାଧାରଣରେ ଦ୍ଵିଗୁଣିତ କରିବାକୁ ପରାମର୍ଶ ଦିଆଯାଇଥିଲା । ସାଧାରଣ ସର୍ବନିମ୍ନ ସ୍ତରରେ ଥିବା ନିରୀହ ପ୍ରପୀଡ଼ିତ ଜନସାଧାରଣଙ୍କ ମନରେ କଂଗ୍ରେସ ପ୍ରତି ଥିବା ଶ୍ରଦ୍ଧା , ବିଶ୍ୱାସ ଓ ଆନୁଗତ୍ୟକୁ ଆଧାର କରି ଲଢେଇ ଜୋରଦାର କରାଯିବା ନେଇ ପ୍ରାର୍ଥୀଙ୍କ ମନୋବଳକୁ ପ୍ରଭାବିତ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ ବିଷୋୟୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ନିର୍ବାଚନୀ ପ୍ରସ୍ତୁତି ବୈଠକରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୁଶ୍ରୀ ବନଜା ପଣ୍ଡା , ଆଇନ ସେଲ ଅଧ୍ୟକ୍ଷ ରବିନ୍ଦ୍ର କୁମାର ଦେଓ , ଭାଗିରଥି ବେହେରା , ବିଜୟ କୁମାର ସାହୁ , ଗଣେଶ ରେଡ୍ଡୀ , ସୁଶାନ୍ତ ରାଉତ , ହରିକୃଷ୍ଣ ରଥ , ନୃସିଂହ ଚରଣ ସାହୁ , ଅବନୀ ଶତପଥୀ , କ୍ଷମା ସାଗର ମହାରଣା , ଶଙ୍କର ଅଧିକାରୀ ,ଦଣ୍ଡପାଣି ପାତ୍ର ପ୍ରଦୀପ ମହାରଣା , ଭବାନୀ ସାହୁ , ପ୍ରଫୁଲ୍ଲ କୁମାର ପଣ୍ଡା , ଅମିର କୁମାର ଭୂୟାଁ ବ୍ଲକ୍ କଂଗ୍ରେସ ଓ ଜିଲ୍ଲା କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସହ ସମସ୍ତ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ଯୋଗଦେବା ସହ ପ୍ରସ୍ତୁତି ବୈଠକ ନିର୍ଯ୍ୟାସ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here