କୋଦଳା ପୋଲିସର ସମ୍ବେଦନଶୀଳ ଗ୍ରାମରେ ଫ୍ଲାଗମାର୍ଚ୍ଚ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଣ୍ଡଗୋଳ ରୋକିବା ଉପରେ ଗୁରୁତ୍ୱ

0
162

ବ୍ରହ୍ମପୁର,୩୦/୦୧/୨୦୨୨ ( ଟୁକୁନା ପ୍ରଧାନ) ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା କୋଦଳା ପୋଲିସର ଫ୍ଲାଗମାର୍ଚ୍ଚ । ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ କୋଦଳା ପୋଲିସ ସମ୍ବେଦନଶୀଳ ଗ୍ରାମରେ ଫ୍ଲାଗ ମାର୍ଚ୍ଚ କରିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଭିନ୍ନ ଗ୍ରାମରେ ଗଣ୍ଡଗୋଳ ଆଶଙ୍କା ରହିଥାଏ । ଏପରିକି ପୂର୍ବରୁ ଗଣ୍ଡଗୋଳ ଅଧିକ ଉଗ୍ରରୂପ ଧାରଣ କରିଥିବାର ନଜିର ରହିଛି । ଏସବୁକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାର କୋଦଳା ପୋଲିସ ଆଗୁଆ ପଦକ୍ଷେପ ନେଇଛି । ନୂତନ ଆଇପିଏସ ଅଧିକାରୀ ନଚିକେତ ସିଲଖେ ବିଶ୍ଵନାଥ, କୋଦଳା ଆଇଆଇସି ଦେବାଶିଷ ମହାନ୍ତି, ଅତିରିକ୍ତ ଆଇଆଇସି ପ୍ରଭାତ କୁମାର ବେହେରା, ଏସଆଇ ଆରତୀ ପରିଡା, ଏସଆଇ ଜଗଦୀଶ ପଣ୍ଡା, ବେଗୁନିଆପଡା ଏସଆଇ ସଂଗ୍ରାମ କେଶର ଦେଉରୀ, ଏଏସଆଇ ଜି ଦାସ, ଏଏସଆଇ ଏସ ଭାସ୍କର ରାଓଙ୍କ ସମେତ ପୋଲିସ ବାହିନୀ ବିଭିନ୍ନ ସମ୍ବେଦନଶୀଳ ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି । ନିର୍ବାଚନକୁ ନେଇ ଯେପରି କୌଣସି ହିଂସାକାଣ୍ଡ ଓ ଗଣ୍ଡଗୋଳ ନହୁଏ ସେଥିପ୍ରତି ଗୁରୁତ୍ୱ ଦେଇ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here