ରଙ୍ଗେଇଲୁଣ୍ଡା: ନିର୍ବାଚନ ରଣାଙ୍ଗନ ରେ ସରପଞ୍ଚ ୧୦୩, ସମିତିସଭ୍ୟ ୮୬, ୱାର୍ଡ଼ସଭ୍ୟ ୫୨୦ ଜଣ ପ୍ରାର୍ଥୀ। ପ୍ରଚାର ଜୋରଦାର

0
348

ରଙ୍ଗେଇଲୁଣ୍ଡା,୨୯/୦୧/୨୦୨୨ଫେବୃଆରୀ ୧୮ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ରେ ରଙ୍ଗେଇଲୁଣ୍ଡା ବ୍ଲକର ନାମାଙ୍କନ ପତ୍ର ଦଖଲ, ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ ସବୁଠି ଛକାପଞ୍ଝା ଓ ତୀବ୍ର ଲଢ଼େଇ ହେବା ଦେଖିବାକୁ ମିଳିଛି। ଗତ ୨୫ସୁଦ୍ଧା ବ୍ଲକର ସରପଞ୍ଚ ୧୦୩, ସମିତିସଭ୍ୟ ୮୬, ୱାର୍ଡ଼ସଭ୍ୟ ୫୨୦ ଜଣ ନିର୍ବାଚନ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।୪ରୁ ଅଧିକ ଆଶାୟୀ ବ୍ଲକ ଅଧ୍ୟକ୍ଷା ପଦ ହାତେଇବା ପାଇଁ ଜୋର୍ ଦାର ପ୍ରସ୍ତୁତି। ଯେ ଝା ପଞ୍ଚାୟତରେ ଟୁପୁରୁ ଟାପୁରୁ। ପାଞ୍ଚ ସମିତି ଅପ୍ରତିଦ୍ୱନ୍ଦୀ, ଦୁଇ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ। ୮ ୱାର୍ଡ଼ସଭ୍ୟ ନାକଚ ହୋଇଥିବା ବେଳେ ୪୫ଜଣ ପ୍ରତ୍ୟାହାର କରିଛନ୍ତି, ୨୫ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତ୍ୟାହାର କରିଥିବା ବେଳେ ୧୬ ଜଣ ସମିତିସଭ୍ୟ ପ୍ରାର୍ଥୀ ପ୍ରତ୍ୟାହାର କରିଥିବା ଜଣାପଡିଛି।ପଞ୍ଚାୟତ ରଣାଙ୍ଗନ ମଧ୍ୟରେ ଅଛନ୍ତି।ବଡ଼କୁଶସ୍ଥଳୀ ପଞ୍ଚାୟତ ନିର୍ବାଚନ ମଇଦାନକୁ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ନିର୍ଦ୍ବନ୍ଦ୍ବରେ ସମିତି ସଭ୍ୟା ସୁକାନ୍ତି ସେଠୀ ନିର୍ବାଚିତ ହୋଇଛନ୍ତି। ଭାବିନିପୁର ପଞ୍ଚାୟତରେ ୪ଜଣ ସରପଞ୍ଚ ପ୍ରାର୍ଥୀ ଥିବା ବେଳେ ୫ଜଣ ସମିତି ସଭ୍ୟ ପ୍ରାର୍ଥୀ, ବିଶ୍ଵନାଥ ପୁରର ୩ଜଣ ସରପଞ୍ଚ ପ୍ରାର୍ଥୀ ଥିବା ବେଳେ ସମିତି ସଭ୍ୟା ପାଇଁ ଦୁଇଜଣ, ବକ୍ସିପଲ୍ଲୀ ସରପଞ୍ଚ ୪ଜଣ, ସମିତି ସଭ୍ୟ ପ୍ରାର୍ଥୀ ୪ଜଣ, ଚାନ୍ଦପୁର ପଞ୍ଚାୟତ ସମିତି ସଭ୍ୟା ରୂପେ ବ୍ଲକ ଅଧ୍ୟକ୍ଷା ପଦ ପାଇଁ ଆଶାୟୀ ପ୍ରାର୍ଥୀ ପ୍ରିୟଙ୍କା ଦଳେଇ ଏବଂ ସରପଞ୍ଚ ପ୍ରାର୍ଥୀ ସି.ଏଚ.ରଶ୍ମିତା ପାତ୍ର ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଜଣାପଡିଛି। ଚିକରଡ଼ା ପଞ୍ଚାୟତ ନିର୍ବାଚନ ପ୍ରତ୍ୟେକ ନିର୍ବାଚନ ବେଳେ ଗାଁ କମିଟି ପକ୍ଷରୁ ପ୍ରାର୍ଥୀ ଚୟନ କରୁଥିବା ବେଳେ କିନ୍ତୁ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦେଖିବାକୁ ମିଳିଥିଲା। ଏହି ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ୩ଜଣ, ସରପଞ୍ଚ ପ୍ରାର୍ଥୀ ଭାବେ ୩ଜଣ ରଣାଙ୍ଗନରେ ଅଛନ୍ତି। ଡୁରା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ୪,ସମିତିସଭ୍ୟ ୨, ଗୋଳାବନ୍ଧ ସରପଞ୍ଚ ୨, ସମିତିସଭ୍ୟ ଦୁଇ ଜଣ, ଗୋଳନ୍ଥରା ଦୁଇ ସରପଞ୍ଚ, ସମିତିସଭ୍ୟ ଦୁଇ, ଗୌଞ୍ଜୁ ସରପଞ୍ଚପ୍ରାର୍ଥୀ ତିନିଜଣ ସମିତିସଭ୍ୟ ପ୍ରାର୍ଥୀ ତିନି, ହଳଦିଆପଦର ସରପଞ୍ଚ ପ୍ରାର୍ଥୀ ୫ଜଣ ଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ ତିନି ଜଣ, ହାତୀପାଦ ସରପଞ୍ଚ ପ୍ରାର୍ଥୀ ୨ସମିତି ସଭ୍ୟ ପ୍ରାର୍ଥୀ ୨, ଇନ୍ଦ୍ରାକ୍ଷି ରେ ସରପଞ୍ଚ ପ୍ରାର୍ଥୀ ୪, ସମିତି ସଭ୍ୟ ପ୍ରାର୍ଥୀ ୪, କମଳାପୁର ସରପଞ୍ଚ ୪, ସମିତି ସଭ୍ୟ ୨, କନିସିରେ ସରପଞ୍ଚ ୪, ସମିତି ସଭ୍ୟ ୨, କରାପଲ୍ଲୀ ସରପଞ୍ଚ ୩ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ବେଳେ,ସମିତି ସଭ୍ୟ ପ୍ରାର୍ଥୀ ଭାବେ ମାଟା. ଡିଲେଶ୍ୱର ରେଡ୍ଡୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।କେଲୁଆପଲ୍ଲୀ ୬ଜଣ ସରପଞ୍ଚ, ପ୍ରାର୍ଥୀ ଥିବା ବେଳେ ସମିତି ସଭ୍ୟ ପାଇଁ ୬ଜଣ, କୋଳଥି ଗାଁ ପାଇଁ ସରପଞ୍ଚ ପ୍ରାର୍ଥୀ ୫, ସମିତି ସଭ୍ୟ ପାଇଁ ତିନି ଜଣ, କୋଠାରସିଂ ସରପଞ୍ଚ ପ୍ରାର୍ଥୀ ଦୁଇ ଜଣ, ସମିତି ସଭ୍ୟ ପାଇଁ ୪ଜଣ, ଲୋଉଡ଼ି ଗାଁ ସରପଞ୍ଚ ପ୍ରାର୍ଥୀ ଭାବେ ମନୋଜ କୁମାର ନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ଲୁହାଝର ପଂଚାୟତ ରେ ସରପଞ୍ଚ ପ୍ରାର୍ଥୀ ୨ଜଣ ଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ ତଥା ଆଶାୟୀ ବ୍ଲକ ଅଧ୍ୟକ୍ଷା ପଦ ପାଇଁ ଅନିତା ମହାଙ୍କୁଡ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ ଛନ୍ତି। ମନ୍ତ୍ରିଡି ପାଇଁ ସରପଞ୍ଚ ପ୍ରାର୍ଥୀ ୩, ସମିତି ସଭ୍ୟା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ବର୍ତମାନ ବ୍ଲକ ଅଧ୍ୟକ୍ଷା ପଦ ପାଇଁ ଆଶାୟୀ ପ୍ରାର୍ଥୀ ଚିନି.ଉଷାରାଣୀ, ସହ .ମୋହିନୀ ପ୍ରତିଦ୍ବନ୍ଦୀ ଭାବେ ରହିଛନ୍ତି। ମାର୍କଣ୍ଡି ପଂଚାୟତ ସରପଞ୍ଚ ପ୍ରାର୍ଥୀ ବାଡି. ଜ୍ୟୋତି ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସମିତି ସଭ୍ୟ ପାଇଁ ଦୁଇ ଜଣ ଅଛନ୍ତି, ମେଣ୍ଡରାଜପୁର ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ଭିନ୍ନକ୍ଷମ ଯୁବତୀ ପି. ଚନ୍ଦ୍ରମା ରେଡ୍ଡୀ ଅବତୀର୍ଣ୍ଣ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଜି.କାମେଶ୍ୱରି ରେଡ୍ଡୀ ଅଛନ୍ତି। ସମିତି ସଭ୍ୟ ପ୍ରାର୍ଥୀ ଭାବେ ଦୁଇଜଣ ଅଛନ୍ତି, ନାରାୟଣପୁର ସରପଞ୍ଚ ପ୍ରାର୍ଥୀ ଦୁଇଜଣ, ସମିତିସଭ୍ୟ ପାଇଁ ଦୁଇଜଣ, ପଦ୍ମ ପୁର ପାଇଁ ସରପଞ୍ଚ ପ୍ରାର୍ଥୀ ୩, ସମିତି ସଭ୍ୟପାଇଁ ୪, ଫୁଲଟା ସରପଞ୍ଚ ପ୍ରାର୍ଥୀ ୨, ସମିତି ସଭ୍ୟ ୨, ରଣ୍ଡା ସରପଞ୍ଚ ପାଇଁ ୩ଜଣ, ସମିତି ସଭ୍ୟ ପାଇଁ ୩ଜଣ ମହିଳା ପ୍ରାର୍ଥୀ, ରଙ୍ଗେଇଲୁଣ୍ଡା
ସମିତିସଭ୍ୟ ପାଇଁ ଦୁଇଜଣ, ପଦ୍ମ ପୁର ପାଇଁ ସରପଞ୍ଚ ପ୍ରାର୍ଥୀ ୩, ସମିତି ସଭ୍ୟପାଇଁ ୪, ଫୁଲଟା ସରପଞ୍ଚ ପ୍ରାର୍ଥୀ ୨, ସମିତି ସଭ୍ୟ ୨, ରଣ୍ଡା ସରପଞ୍ଚ ପାଇଁ ୩ଜଣ, ସମିତି ସଭ୍ୟ ପାଇଁ ୩ଜଣ ମହିଳା ପ୍ରାର୍ଥୀ, ରଙ୍ଗେଇଲୁଣ୍ଡା ପଞ୍ଚାୟତ ସରପଞ୍ଚ ପାଇଁ ୩ଜଣ, ସମିତି ସଭ୍ୟ ପାଇଁ ୩, ରଙ୍ଗିପୁର ସରପଞ୍ଚ ପ୍ରାର୍ଥୀ ୫ଜଣ, ସମିତିସଭ୍ୟ ପାଇଁ ୩ଜଣ, ଶାସନପଦର ସରପଞ୍ଚ ୬, ସମିତିସଭ୍ୟ ପାଇଁ ୩ଜଣ, ସାତକୁଟୁଣି ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ୪ଜଣ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ତିନିଜଣ ପ୍ରତିଦ୍ବନ୍ଦ୍ବିତା କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here