ଧରାକୋଟରୁ ପଂଚାୟତ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କଲା ବିଜେପି ।

0
460

ବ୍ରହ୍ମପୁର , ୦୫/୦୨/୨୦୨୨:
ଧରାକୋଟ ଗଡର ଆରାଧ୍ୟ ଶ୍ରୀ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା ପରେ ବିଜେପି ଆଜି ତା’ର ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛି। ବିଜେପି କୃଷକ ମୋର୍ଚ୍ଚାର ସଂପାଦକ ଇ.ପ୍ରଦୀପ ପତ୍ରୀ ନେତୃତ୍ୱରେ ବରିଷ୍ଠ ନେତ୍ରୀ ଅନିତା ଶୁଭଦର୍ଶନୀ , ଓଡ଼ିଆ ସିନେ ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରଚାରର ମଙ୍ଗ ଧରିବା ସହ ଅଭିଯାନ ଆରମ୍ଭ କରିଥିଲେ ।ଏହି ଅବସରରେ ୨୯ନଂ ଜୋନର ଦଳୀୟ ପ୍ରାର୍ଥୀ ଶ୍ରୁ ଅଶୋକ ପାତ୍ର , ୩୦ନଂ ଜୋନ ପାର୍ଥି କେଶବ ସ୍ୱାଇଁ ଓ ୩୧ ନଂ ଜୋନ ପାର୍ଥିନୀ ଅନିତା ପତ୍ରୀ ଉପସ୍ଥିତ ରହିଥିଲେ । ନିର୍ବାଚନୀ ପଦଯାତ୍ରା ସହ ଆସନ୍ତା ତ୍ରିସ୍ତରୀୟ ନିର୍ବାଚନରେ ନିଜ ନିଜ ଦଳର ଜିଲ୍ଲା ପରିଷଦ , ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ ହିତକାରୀ ଯୋଜନା ଏବଂ ବିକାଶ ମୂଳକ ପରିକଳ୍ପନାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳୀୟ ପାର୍ଥିଙ୍କ ସପକ୍ଷରେ ମତଦାନ ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ଧରାକୋଟ ଓ ଗଡ ଦାମୋଦର ପଲ୍ଲୀ ପରିକ୍ରମା ସହ ମୁଣ୍ଡମରାଇରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ମୁଣ୍ଡମରାଇ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମାନସ ରଞ୍ଜନ ନାୟକ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦେବା ସହିତ ପୋଡାପଲ୍ଲୀ ଗ୍ରାମ ଓ ଢଉଁଗାଁ ପଞ୍ଚାୟତରେ ଦଳୀୟ ପ୍ରଚାର କରିଥିଲେ । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଧରାକୋଟ ବ୍ଲକର ତିନିଗୋଟି ଜୋନରେ ତ୍ରିମୂଖୀ ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଥିବା ବେଳେ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରିଛନ୍ତି ।ଅନ୍ୟପକ୍ଷରେ ବିଜେପି ଆଜି ତା’ ର ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବାରୁ ଅଞ୍ଚଳ ରାଜନୈତିକ ବାତାବରଣ ସରଗରମ ହୋଇଅଛି।

LEAVE A REPLY

Please enter your comment!
Please enter your name here