ବହୁଛି ନିର୍ବାଚନୀ ହିଂସା , ଗୌଡଗାଁରେ ପ୍ରଚାର ଗାଡ଼ିରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଥାନାରେ ଏତଲା

0
476

ବ୍ରହ୍ମପୁର,୦୬/୦୨/୨୦୨୨: ଗଞ୍ଜାମ ଜିଲ୍ଲାରେ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ପ୍ରଚାରକୁ ନେଇ ରାଜନୈତିକ ହିଂସା ଘଟୁଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଏହା ବିଭିନ୍ନ ଦଳକୁ ନେଇ ଘଟୁଥିବା ବେଳେ କେତେକାଂଶରେ ଏହା ଦଳୀୟ ସନ୍ତୁଷ୍ଟ ଓ ଅସନ୍ତୁଷ୍ଠଙ୍କ ମଧ୍ୟରେ ଘଟୁଥିବା ଜଣାଯାଇଛି । ଚର୍ଚ୍ଚିତ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧରାକୋଟ ଥାନାରେ ନିର୍ବାଚନ ମନୋନୟନ ପତ୍ର ଦାଖଲ ସମୟରେ ସନ୍ତୁଷ୍ଟ ଓ ଅସନ୍ତୁଷ୍ଠ ଶାସକ ଦଳ କର୍ମୀଙ୍କ ମୁହାମୁହିଁ ଆକ୍ରମଣ , କଂଗ୍ରେସ ସମର୍ଥକ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପ୍ରଚାର ସମୟରେ ଶାସକ ଦଳା ସମର୍ଥକ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ବିରୋଧ ସହ ଆକ୍ରମଣ ଘଟଣା ପ୍ରଶାସନକୁ ଚକିତ କରିଅଛି । ଶୃଙ୍ଖଳିତ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ ପ୍ରଚେଷ୍ଟାରେ ଥିବା ପ୍ରଶାସନକୁ ସମ୍ପ୍ରତି ଶାସକ ଦଳୀୟ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟଙ୍କ ମଧ୍ୟରେ ତୀବ୍ର ମୁକାବିଲା ସମ୍ପ୍ରତି ମୁଣ୍ଡବ୍ୟଥାର କାରଣ ହୋଇଅଛି । ଏହି କ୍ରମରେ ଗତକାଲି ରାତ୍ରୀରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ବ୍ଲକ୍ ଗୌଡଗାଁ ପ୍ରପାଇଁ ନୂଆ ସାହି ଠାରେ ସରପଞ୍ଚ ପ୍ରଥିନି ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ ଏବଂ ସମିତି ସଭ୍ୟ ପ୍ରାର୍ଥୀ ଶ୍ରୀ ସୁଶିଲ କୁମାର ନାୟକଙ୍କ ନିର୍ବାଚନ ପ୍ରଚାର ଗାଡ଼ିକୁ କେତେକ ଦୁର୍ବୃତ୍ତ ନିର୍ବାଚନକୁ କେନ୍ଦ୍ରକରି ପେଟ୍ରୋଲ ପକାଇ ନିଆଁ ଲଗାଇଥିବା ଜଣା ଯାଇଅଛି । ଫଳରେ ନିର୍ବାଚନ ପୋଷ୍ଟର ସହ ପ୍ରଚାର ଗାଡ଼ିର କେତେକାଂଶ ଜାଗା ଏବଂ ସାଉଣ୍ଡ ବକ୍ସ ଓ ଡ଼ାକବାଜି ଯନ୍ତ୍ରରେ ମଧ୍ୟ ନିଆଁ ଲାଗିଯାଇଥିଲା l ପୋଡା ବାସ୍ନା ଯୋଗୁଁ ସାହିର କେତେଟା ଲୋକ ଧୂଆଁ ବାହାରିବାର ଦେଖି ନିଆଁକୁ ଆୟତ କରିଥିଲେ ଫଳରେ ବଡ଼ ଦୁର୍ଘଟଣାରୁ ପ୍ରଚାର ଗାଡ଼ିଟି ଅଳ୍ପକେ ରକ୍ଷା ପାଇ ଯାଇଥିଲା । ଦୂର୍ବୁତଙ୍କ ଏତାଦୃଶ ନିମ୍ନଧରଣର କାର୍ଯ୍ୟକୁ ନେଇ ଗୌଡ଼ଗାଁ ପଞ୍ଚାୟତବାସୀ ନିନ୍ଦା କରିବା ସହିତ ନିରପେକ୍ଷ ମୟଦାନକୁ ଗୁରୁତ୍ଵ ଦେଇଛନ୍ତି । ଘଟଣା ସମ୍ପର୍କରେ ଥାନାରେ ଏତଲା ପରେ କେ ନୂଆଗାଁ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଅଛି । ଥାନା ପକ୍ଷରୁ ତଦନ୍ତକାରୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ଫେରିଛନ୍ତି । ପଞ୍ଚାୟତରେ ସରପଞ୍ଚ ପଦବୀ ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷିତ କାରଣରୁ ପ୍ରାର୍ଥୀପତ୍ର ଦାଖଲ କରି ପ୍ରଚାର କରୁଥିବା ବର୍ତ୍ତମାନର ସରପଞ୍ଚ ଶ୍ରୀ କୃଷ୍ଣଚନ୍ଦ୍ର ସାହୁଙ୍କ ପତ୍ନୀ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁଙ୍କ ପ୍ରତି ଅସୂୟା ଭାବ ରଖି ନିର୍ଦ୍ଧିଷ୍ଟ ଅସନ୍ତୁଷ୍ଠ ଗୋଷ୍ଠୀଙ୍କ ଦ୍ୱାରା ଏହା କରାଯାଇଥିବା ସାଧାରଣରେ ସନ୍ଦେହ କରାଯାଉ ଥିବା ଲକ୍ଷ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here