ବ୍ରହ୍ମପୁର ଏସପିଙ୍କ ନିର୍ବାଚନୀ ଶାନ୍ତିଶୃଙ୍ଖଳା ଜନିତ ଅଞ୍ଚଳ ପରିଦର୍ଶନ ।

0
315

ବ୍ରହ୍ମପୁର , ୦୭/୦୨/୨୦୨୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ପ୍ରରିପ୍ରେଖିରେ ଆଜି ବ୍ରହ୍ମପୁର ଏସପି ପିନାକ ମିଶ୍ର ଗୋଳନ୍ଥରା , କନିସି , ପଞ୍ଚମା , ହାକଦିଆପଦର, ବେନ୍ଦାଳିଆ ଏବଂ ଲାଠି ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଥିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆଇନ ଏବଂ ଶୃଙ୍ଖଳା ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଏହା ସହିତ ଶ୍ରୀଯୁକ୍ତ ଏସପି ମହାଶୟ ଗ୍ରାମବାସୀଙ୍କ ସହ ବ୍ୟକ୍ତିଗତ ଆଲୋଚନା କରି ଏକ ମୁକ୍ତ , ଅବାଧ ତଥା ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ନିବେଦନ କରିଥିଲେ । ବ୍ରହ୍ମପୁର ଏସପିଙ୍କ ଏହି ନିର୍ବାଚନୀ ଗସ୍ତ ସମୟରେ ସଦର ଏସଡିପିଓ ଏବଂ ଗୋଳନ୍ଥରା ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳ ସ୍ଥିତି ସମିକ୍ଷାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here