ଦଳ ବିରୋଧୀ କାର୍ଯ୍ୟପାଇଁ ଛାତ୍ର ଜନତା ସଭାପତି ବହିଷ୍କୃତ

0
440

ବୁଗୁଡା, ୦୬/୦୨/୨୦୨୨:
ଦଳ ବିରୋଧୀ କାର୍ଯ୍ୟ ପାଇଁ ଖୋଳଖାଳି ଗ୍ରାମର ପବିତ୍ର ସାହାଣୀ ଦଳରୁ ବହିଷ୍କୃତ ହୋଇଥିବା ଜଣାପଡିଛି। ପବିତ୍ର ସାହାଣୀ ବିଜୁ ଛାତ୍ର ଜନତା ଦଳର ସଭାପତି ଥିବା ବେଳେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଗଞ୍ଜାମ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ପ୍ରଶାନ୍ତ କୁମାର ପଣ୍ଡା ଫେବୃଆରୀ ୫ ତାରିଖ ଦିନ ଶ୍ରୀ ସାହାଣୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ପଦରୁ ବହିଷ୍କୃତ କରିବା ସହ ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ବହିଷ୍କାର କରିଛନ୍ତି। ପବିତ୍ର ସାହାଣୀଙ୍କୁ ଦଳରୁ ବହିଷ୍କାର ବିଷୟ ନେଇ ଜିଲ୍ଲା ସଭାପତି ଶ୍ରୀ ପଣ୍ଡା, ବୁଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଓ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସଭାପତିଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here