ଦିବ୍ୟଜୀବନ ସଂଘ ଧରମପୁର ଶାଖାର ପ୍ରତିଷ୍ଠା ମହୋତ୍ସବ ପାଳିତ

0
431

ବ୍ରହ୍ମପୁର,୧୪/୦୨/୨୦୨୨:ଆଜି ଦିବ୍ୟଜୀବନ ସଂଘ ଧରମପୁର ଶାଖାର ପ୍ରତିଷ୍ଠା ମହୋତ୍ସବ ଶାଖା ସଭାପତି ବିପ୍ରଚରଣ ରଣା ଓ ଦକ୍ଷିଣାଞ୍ଚଳ ସମନ୍ୱୟ ସମିତି ର ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ପ୍ରାତଃ ଜୟଗଣେଶ କୀର୍ତ୍ତନ,ଜପଧ୍ୟାନ,ଗୁରୁସ୍ତୋତ୍ର, ବିଶ୍ୱ ପ୍ରାର୍ଥନା, ବିଭୁ ପ୍ରାର୍ଥନା, ଶ୍ରୀ ଗୁରୁପାଦୁକା ପୂଜା,ଭଜନ ଓ କୀର୍ତ୍ତନ ସହ ହନୁମାନ ଚାଲିଶା ପାଠ କରାଯାଇଥିଲା।ଦିବ୍ୟଜୀବନ ସଙ୍ଘର ବହୁ ସାଧୁସନ୍ଥଙ୍କ ସହ ବରିଷ୍ଠ ଗୁରୁଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ।ସ୍ୱାମୀ ଗୋବିନ୍ଦାନନ୍ଦ,ସ୍ୱାମୀ ବିଦ୍ୟାନନ୍ଦ,ସ୍ୱାମୀ ହରିଶରଣାନନ୍ଦ,ସ୍ୱାମୀ ଭୁମାନନ୍ଦ ଗିରି,ସ୍ୱାମୀ ବ୍ରହ୍ମାନନ୍ଦ ପୁରୀ,ସ୍ୱାମୀ ଦୁର୍ଗାପ୍ରସାଦ ନନ୍ଦ,ସ୍ୱାମୀ ରାମଦାସନନ୍ଦ ସରସ୍ବତୀ ଯୋଗ ଦେଇ ଗୁରୁବାଣୀ ଉପସ୍ଥାପନ କରିଥିଲେ।ସେହିପରି ଦକ୍ଷିଣାଞ୍ଚଳ ସମନ୍ୱୟ ସମିତିର ସଭାପତି ବିପ୍ରଚରଣ ପାତ୍ର, ଉପସଭାପତି କୁଞ୍ଜ ବିହାରୀ ପାଢ଼ୀ ଓ କେ.ଶ୍ରୀଧର ଦାସ,କୋଷାଧ୍ୟକ୍ଷ ଶାନ୍ତି ଭୂଷଣ ପଣ୍ଡା,ଦିଗପହଣ୍ଡି ଦିବ୍ୟ ଜିଲ୍ଳାର ମୁଖ୍ୟ ସଙ୍ଗଠକ ବାବୁପ୍ରଧାନ ଯୋଗଦେଇଥିଲେ।ଭଜନ କୀର୍ତ୍ତନ ରେ ବଢି଼ଆଉସ୍ତା ଦିବ୍ୟଜୀବନ ସଙ୍ଘର ଗୁରୁଭାଇ ସନାତନ,ସୀତାରାମ,ମନୋଜ,ରିଙ୍କୁ,ପ୍ରଭାକର ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବ୍ରଜକିଶୋର ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପତି, ଏସ.ରାଜେନ୍ଦ୍ର ଦୋରା,ଏ.ସୀମାଞ୍ଚଳ ଦୋରା, ଡି. ସୀମାଞ୍ଚଳ ଦୋରା,ସନ୍ତୋଷ ପ୍ରଧାନ,ଦୁର୍ଗା ଚରଣ ନାୟକ,ଆର. ପାଣ୍ଡବ ଦୋରାଙ୍କ ସମେତ ଆଖପାଖ ଅଂଚଳର ବହୁ ଭାଇ ଭଉଣୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ପରିଶେଷରେ ବିଶ୍ୱ କଲ୍ୟାଣ ପାଇଁ ଶାନ୍ତିପାଠ କରାଯାଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here