ବିଇଏମସି ର ପାର୍କିଂ ଫି ଆଦାୟ ଦାୟିତ୍ଵରେ ମହିଳା ଏସଏଚଜି, କିନ୍ତୁ ଆଦାୟ କରୁଛି ନାବାଳକ

0
428

ବ୍ରହ୍ମପୁର , ୨୧/୦୨/୨୦୨୨: ବିଇଏମସିର ଦାୟିତ୍ଵରେ ଥିବା ୯ ଗୋଟି ପାର୍କିଂ ପଏଣ୍ଟ କରୋନା କଟକଣା କାରଣରୁ ଦୀର୍ଘଦିନ ଧରି ବନ୍ଦ ରହିଥିବା ବେଳେ ସରକାରୀ ଘୋଷଣା ମୁତାବକ ସମ୍ପ୍ରତି ଖୋଲିଥିବା ଜଣାଯାଇଛି । ପାର୍କିଂ ଫି ଆଦାୟ ପାଇଁ ମହିଳା ସଂଚୟିକା ସଂଘଙ୍କୁ ଦାୟିତ୍ଵ ଦେବା ଆଦେଶ ପ୍ରକାରେ ୯ ଗୋଟି ପାର୍କିଂ ପଏଣ୍ଟ ମଧ୍ୟରୁ ଗୋଟିଏ ସ୍ଥାନୀୟ କିନ୍ନର ଗୋଷ୍ଠୀଙ୍କ ଦାୟିତ୍ଵରେ ଥିବା ବେଳେ ଅନ୍ୟ ୮ ଟି ସ୍ଥାନୀୟ ମହିଳା ସହାୟିକା ଗୋଷ୍ଠୀଙ୍କ ଦାୟିତ୍ଵରେ ରହିଅଛି । ପାର୍କିଂ ଫି ବନ୍ଦ ଥିବା କାରଣରୁ ବିପୁଳ ପରିମାଣର ଆର୍ଥିକ କ୍ଷତି ସହିଥିବା ବିଇଏମସିର ନୂତନ ପଦକ୍ଷେପକୁ ନେଇ ସାଧାରଣରେ ସାଧୁବାଦ ଦିଆଯାଉଥିବା ବେଳେ ପୁରୁଣା ବସଷ୍ଟାଣ୍ଡ ପାର୍କିଂ ପଏଣ୍ଟ ଠାରେ ଜଣେ ନାବାଳକ ପାର୍କିଂ ଫି ଆଦାୟ କରୁଥିବା ଦୃଶ୍ୟ ସମ୍ପ୍ରତି ଚର୍ଚ୍ଚା ବଢ଼େଇବା ସହିତ ଏହାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି । ସୂଚନା କ୍ରମରେ ପୁରୁଣା ବସ୍‌ଷ୍ଟାଣ୍ଡରେ ପାର୍କିଂ ପାଇଁ ମଧ୍ୟ ଗୋଟିଏ ସ୍ଵୟଂ ସହାୟକ ଗୋଷ୍ଠୀ ପାର୍କିଂ ଫି ଆଦାୟ କରୁଛି । ତେବେ ରବିବାର ଜଣେ ନାବାଳକ ପାକିଂ ଦେୟ ଜଣେ ନାବାଳକ ଆଦାୟ କରୁଥିବା ଭିଡିଓ ଭାଇରାଲ ପରେ ତାଙ୍କୁ କେମିତି ଏହି କାର୍ଯ୍ୟରେ ନିୟୋଜିତ କରାଗଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପାକିଂ ଫି’ ଆଦାୟ କରୁଥିବା ମହିଳା ଜଣକ ଅନ୍ୟତ୍ର ଚାଲିଯାଇଥିବା ଯୋଗୁଁ ନିଜ ସ୍ଥାନରେ ଏହି ନାବାଳକଙ୍କୁ ରଖୁଥିବା ସୂଚନା ଗୋଷ୍ଠୀଙ୍କ ପ୍ରତିକ୍ରିୟାରେ ମିଳିଥିଲେ ମଧ୍ୟ ମହିଳା ଗୋଷ୍ଠୀ ପରିଚାଳନାରେ ଲାଭ ଆଶାରେ ନିରୀହ ନାବାଳକକୁ ଜଗାଇ ଫି ଆଦାୟ କରାଯାଉଥିବା ଚର୍ଚା ହେଉଅଛି । କମିଶନର ଏଥିପ୍ରତି ପଦକ୍ଷେପ ଗ୍ରହଣ କରି ନାବାଳକଙ୍କ ପରିବର୍ତ୍ତେ ମହିଳା ସହାୟିକା ସଂଘକୁ ଅନ୍ୟ ବ୍ୟବସ୍ଥା କରାଇବାକୁ ନିର୍ଦ୍ଧେଶ ଦେବାପାଇଁ ଅଭିଯୋଗ ହେଉଅଛି ।

LEAVE A REPLY

Please enter your comment!
Please enter your name here