ସାନଖେମୁଣ୍ଡିରେ ଗଞ୍ଜାମ ଜିଲ୍ଲାପାଳଙ୍କ ପଞ୍ଚାୟତ ନିର୍ବାଚନ ବ୍ୟାଲଟ ବକ୍ସ ଷ୍ଟଙ୍ଗ ରୁମ୍ ଅନୁଧ୍ୟାନ ।

0
771

ବ୍ରହ୍ମପୁର,୨୨/୦୨/୨୦୨୨:ଗତ ତା ୧୮/୦୨ ରିଖ ଶୁକ୍ରବାରରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ସାନଖେମୁଣ୍ଡି ବ୍ଲକରେ ଅନୁଷ୍ଠିତ ହୋଇଥିଲା । ପୂର୍ବଧାର୍ଯ୍ୟ ପ୍ରକାରେ ସମସ୍ତ ବୁଥର ବ୍ୟାଲଟ ବକ୍ସକୁ ପାଟପୁର ବିଜ୍ଞାନ ମହାବିଦ୍ୟାଳୟରେ ନିର୍ମିତ ସ୍ୱତନ୍ତ୍ର ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରଖାଯାଇଥିଲା । ପରନ୍ତୁ ମତଦାନ ପରଦିନ ଶନିବାର ରାତ୍ରୀରେ ସ୍ଥାନୀୟ ବିଡ଼ିଓ ଜନୈକ ବିଜେଡି ପ୍ରାର୍ଥୀଙ୍କ ସହ ଦଳୀୟ ପତାକା ଥିବା ଗାଡ଼ିରେ ଷ୍ଟ୍ରଙ୍ଗ ରୁମକୁ ଯାଇଥିବା ଏବଂ ବିଦ୍ୟୁତ ସରବରାହ ବ୍ୟାଘାତ ହେଉଥିବା ଗୁଜବ ପ୍ରଚାର ପରେ କଲେଜ ବାହାରେ ଜଗିଥିବା ବହୁ ପ୍ରାର୍ଥୀ ଏବଂ ସମର୍ଥକ ହୋ ହାଲ୍ଲା କରିଥିଲେ । ଏଥିନେଇ ଅଭିଯୋଗ ପ୍ରକାରେ ପ୍ରଶାସନ ପକ୍ଷରୁ ସୁରକ୍ଷାରେ କୌଣସି ତ୍ରୁଟି ନଥିବା ସୂଚନା ପ୍ରଦାନ କରାଯାଇଥିଲା । ପ୍ରଶାସନ ପକ୍ଷରୁ ସିସିଟିଭି କ୍ୟାମେରା ଲାଗିଥିବା ବିଷୟ ଜଣାଇଥିଲେ ମଧ୍ୟ ତାହା ସାଧାରଣରେ ଗ୍ରହଣୀୟ ହୋଇନଥିଲା । ସିସିଟିଭି କ୍ୟାମେରା ଜୋନ୍ ଭିତ୍ତିରେ ଲାଗିଥିଲେ ମଧ୍ୟ ବିନା ଏଲ୍ସିଡିରେ ଷ୍ଟ୍ରଙ୍ଗ ରୁମର କାର୍ଯ୍ୟକାରିତା ଏବଂ ନିରପେକ୍ଷତାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଏବଂ ଜନସାଧାରଣଙ୍କ ଆବେଗକୁ ନଜରକୁ ନେଇ ଗତକାଲି ସୋମବାର ରାତିରେ ବ୍ଲକ ପ୍ରଶାସନ ପକ୍ଷରୁ ଏକ ଏଲ୍ସିଡିର ବ୍ୟବସ୍ଥା କରାଯାଇ ସମସ୍ତ କ୍ୟାମେରାକୁ ସଂଯୋଗ ଦିଆଯାଇଥିଲା ଏବଂ ଏହାକୁ ମହାବିଦ୍ୟାଳୟ ସାମନାରେ ରଖାଯଇ ସର୍ବସାଧାରଣରେ ପ୍ରଦର୍ଶିତ କରାଯାଇଅଛି । ଆଜି ପଂଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଅବ୍ୟବହିତରେ ମାନ୍ୟବର ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ମଧ୍ୟାହ୍ନରେ ସାନଖେମୁଣ୍ଡି ଗସ୍ତ କରିବା ସହିତ ପାଟପୁର ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟରେ ପହଞ୍ଚି ଷ୍ଟ୍ରଙ୍ଗ ରୁମ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଜନିତ କାରଣକୁ ସମୀକ୍ଷା କରିବା ସହିତ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବାହାରୁ ଅନୁକ୍ଷଣ କରୁଥିବା ଦଳୀୟ ପ୍ରାର୍ଥୀ , ସମର୍ଥକ ଏବଂ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହିତ ଷ୍ଟ୍ରଙ୍ଗ ରୁମ ପରିଚାଳନା ନେଇ ଉଠିଥିବା ସନ୍ଦେହକୁ ଧ୍ୟାନ ଦେଇଥିଲେ । ଏଲ୍ସିଡି ବ୍ୟବସ୍ଥା ନଥାଇ ସିସିଟିଭି ପରିଯୋଜନା ନେଇ ଉଠିଥିବା ସନ୍ଦେହକୁ ପରିହାର କରାଇଥିଲେ । ମତଗଣନା ସମୟ ପାଇଁ ପ୍ରତୀକ୍ଷା କରିବାକୁ ପ୍ରାର୍ଥୀ ଓ ସମର୍ଥକଙ୍କୁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ବିଡ଼ିଓ ଏବଂ ସୁରକ୍ଷା ଦାୟିତ୍ଵରେ ଥିବା କର୍ମଚାରୀଙ୍କ ସହ ଆଲୋଚନା କରି ଷ୍ଟ୍ରଙ୍ଗ ରୁମକୁ ଦିବାରାତ୍ରି ସୁରକ୍ଷା ଦେବାକୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here