ୟୁକ୍ରେନରେ ଫସିଛନ୍ତି ଗଞ୍ଜାମର ଦୁଇ ଡାକ୍ତରୀ ଛାତ୍ର । ସହାୟତା ପାଇଁ ପ୍ରଶାସନରେ ନିବେଦନ

0
346

ବ୍ରହ୍ମପୁର , ୨୪/୦୨/୨୦୨୨:
ରଙ୍ଗେଇଲୁଣ୍ଡା ବ୍ଲକ ରଣ୍ଢl ଗ୍ରାମର ଲିଙ୍ଗରାଜ ସାବତଙ୍କ ପୁଅ ବାଦଲ କୁମାର ସାବତ ଓ କନିସି ହାଟର ସନାତନ ଶତପଥୀ ଦୁଇଜଣ ଡାକ୍ତରୀ ଛାତ୍ର ୟୁକ୍ରେନରେ ଫସିଥିବା ଜଣାପଡିଛି । ଗତ ତିନିବର୍ଷ ହେଲା ଡ଼ାକ୍ତରୀପାଠ ଏଜେନ୍ସୀ ମାଧ୍ୟମରେ ଡେନପ୍ରୋ ଷ୍ଟେଟ୍ ମେଡିକାଲ ଉନିଭର୍ସିଟିକୁ ପଢିବା ପାଇଁ ଯାଇଥିଲେ । ଯୁଦ୍ଧ ସମୟରେ ଭୟଭିତରେ ଥିବା ବାଦଲ କୁମାର ସାବତ କହିଛନ୍ତି । ଯେଉଁ ଏଯେନ୍ସି ଦ୍ବାରା ଯାଇଥିଲେ ସେ ମଧ୍ୟ ସତର୍କତା ସହ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଡେନପ୍ରୋ ସିଟି ଠାରୁ ୨ଶହ ୫୦କିଲୋମିଟର ଦୂରରେ ଯୁଦ୍ଧ ଲାଗିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧ଶହ ୩୦କିଲୋମିଟର ମାଡ଼ି ଆସି ଥିବା ଜଣା ପଡ଼ିଛି । ଆଜି ସକାଳ ବେଳା ସମସ୍ତ ଖାଇବା ପିଇବା ସାମଗ୍ରୀ ରନ୍ଧନଗ୍ୟାସ ଆଣି ମହଜୁଦ ରଖିଥିବା ସେମାନେ କହିଛନ୍ତି । ସୁରକ୍ଷିତ ସ୍ଥାନରେ ତଥା କୌଣସି ବଙ୍କର ଭିତରେ ରହିବା ପାଇଁ ଭାରତୀୟ ଦୂତବାସ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ଏଣେ ପିତାମାତାଙ୍କ ନିକଟକୁ ଫୋନ ଜରିଆରେ କଥାବାର୍ତ୍ତା ହେଉଛନ୍ତି।ଭାରତୀୟ ଦୂତାବାସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରୁଥିବା ବେଳେ କୌଣସି ଦ୍ୱିଧା ଆସିଲେ ହେଲ୍ପଲାଇନର ସହାୟତା ପାଇଁ ମଧ୍ୟ କହିଛନ୍ତି। ବାଦଲ , ସନାତନ ଦୁହେଁ ଗୋଟିଏ ରୁମ୍ରେ ରହୁଥିବା ବେଳେ ଏହି ବିପଦ ସମୟରେ ଗାଁ ଓ ପରିବାର କଥା ମନ ପଡୁଥିବା କହିଛନ୍ତି । ବାପା ଲିଙ୍ଗରାଜ ମା ଶୁଦଷ୍ଟ୍ନl ଅହେତୁକ ଚିନ୍ତିତ ରହିଥିବା ଜଣାପଡିଛି । ଦିବା ରାତ୍ର ଟିଭି ଲଗେଇ ବସିଥିବା ବେଳେ ପୁଅର ଆସିବା ବାଟକୁ ଚାହିଁ ବସିଛନ୍ତି। କୋଉ ମୁହୂର୍ତ୍ତରେ କଣ ଘଟିବ କିଛି କହିହେବ ନାହିଁ ବୋଲି ବାଦଲ ଫୋନ ଜରିଆରେ କଥାବାର୍ତ୍ତା ହୋଇଥିଲେ । ଯୁଦ୍ଧ ସମୟରେ ଏରୋଡ୍ରମ ଗୁଡ଼ିକୁ ଲକ୍ଷ୍ୟ ଭେଦ କରୁଥିବା ଜଣା ପଡ଼ିଛି । ଜନସାଧାରଣ ବାହାରକୁ ବାହାରି ପାରୁ ନାହାନ୍ତି । କେବଳ ଦୁଇ ଘଣ୍ଟା ବ୍ୟବଧାନରେ ଦୋକାନ ବଜାର ଖୋଲା ଯାଉଥିବା ନେଇ ବାଦଲ କହିଛନ୍ତି । ସେହି ସମୟରେ ଖାଉଟି ସାମଗ୍ରୀ ବନ୍ଦୋବସ୍ତ କରୁଥିବା କହିଛନ୍ତି । ବେଳେ ବେଳେ ଫୋନ୍ କଟି ଯାଉଛି । ଘର ସହିତ ସଂପର୍କ ହୋଇ ପାରୁନାହିଁ । ଡେନପ୍ରୋ ସିଟି ଠାରୁ ପୋଲାଣ୍ଡ ପାଇଁ ଏରୋପ୍ଲେନ୍ ଦ୍ବାରା ଦେଢ଼ ଘଣ୍ଟା ସମୟ ଲାଗୁଛି ପୋଲାଣ୍ଡ ଠାରୁ ଦିଲ୍ଲୀ ଆସିବା ୮ଘଣ୍ଟା ଲାଗିବ ଆମକୁ ଆସିବାକୁ କୌଣସି ସୁଯୋଗ ମିଳୁନାହିଁ ବୋଲି କହିଛନ୍ତି। ବାରମ୍ୱାର ଏଇରଷ୍ଟ୍ରିପକୁ ରକେଟ୍ ମାଡ଼ ହେଉଥିବା ଯୋଗୁଁ ଆକାଶ ପଥ ବନ୍ଦ ରହିଥିବା ଜଣାପଡିଛି। ବହୁ ସତର୍କତା ସହ ରହୁଥିବା କହିଛନ୍ତି। ହେଲ୍ପ ଲାଇନ ନମ୍ବର ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here