ବିଶ୍ଵଯୁଦ୍ଧ ଛନକାରେ ମୁନାଫାଖୋରୀ ଚାଲ । ସାମ୍ଭାବ୍ୟ ଦରବୃଦ୍ଧି ଆଶଙ୍କାରେ ବ୍ରହ୍ମପୁର ବଜାରରୁ ଖାଉଟି ତେଲ ଉଭାନ

0
284

ବ୍ରହ୍ମପୁର , ୨୪/୦୨/୨୦୨୨:
ଆରମ୍ଭ ହୋଇଥିବା ୟୁକ୍ରେନ ଓ ଋଷ୍ ମଧ୍ୟରେ ଯୁଦ୍ଧରେ ଆମେରିକାର ସଂପୃକ୍ତିକୁ ନେଇ ବିଶ୍ବଯୁଦ୍ଧର ଆଶଙ୍କା କରାଯାଉଛି । ବିଶ୍ବର ଦୁଇ ପ୍ରମୁଖ ପ୍ରତିପତିଙ୍କ ଲଢେଇ ଆଶଙ୍କାରେ ବିଶ୍ଵବାସୀ ଆତଙ୍କରେ ଥିଲାବେଳେ ବିଶ୍ୱସ୍ତରରେ ତୈଳଜାତ ସାମଗ୍ରୀର ଅହେତୁକ ଦରବୃଦ୍ଧି ଆଶଙ୍କା ନେଇ ବିଶ୍ୱବଜାରରେ ହଇଚଇ ସୃଷ୍ଟି କରୁଛି । ପରନ୍ତୁ ଆମଦାନୀ ପରର ଦ୍ରବ୍ୟମୂଲ୍ୟ ଧାର୍ଯ୍ୟ ହେବାକୁ ଥିଲା ବେଳେ ସମ୍ପ୍ରତି ସିଲ୍କସିଟି ଗଞ୍ଜାମ ବ୍ରହ୍ମପୁରର ଠକ ତେଲ ବ୍ୟବସାୟୀଙ୍କ ଅବସ୍ଥା କଚେପୁଅ ବାର ହୋଇଅଛି । ପ୍ରମୁଖ ଖାଉଟି ତେଲ ଗୋଦାମରୁ ବ୍ୟବସାୟୀମାନେ ହଠାତ୍ ତେଲକୁ ଉଭାନ କରାଇ ବଜାରରେ କୃତିମ ଅଭାବ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି । କଳା ବଜାରି କରି ଚଢ଼ା ଦରରେ ବିକ୍ରୀ କରିବା ନେଇ ମାସୁଧାରେ ତେଲକୁ ଲୁଚାଇ ଦେଇଥିବା ଅଭିଯୋଗ ହେଉଅଛି । ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟ ସହର ବ୍ରହ୍ମପୁର ବଦବଜାରରେ ରହିଥିବା ସମସ୍ତ ତେଲ ଗୋଦାମ ଆଜି ହଠାତ୍ ବନ୍ଦ ହୋଇଯିବା ସହ ଖାଉଟି ତେଲ ନଥିବା ଗୁଜବ ଆରମ୍ଭ କରିଦେଇଛନ୍ତି । ଏହି ଅବସ୍ଥାରେ ଜନସାଧାରଣ ବିଚଳିତ ହେବା ସହ କରୋନା ତାଡ଼ନାରେ ଅତ୍ୟଧିକ ଦରବୃଦ୍ଧି ସହ୍ୟପରେ ଆସିବାକୁ ଥିବା ଅଜଣା ଯୁଦ୍ଧ ପରବର୍ତ୍ତୀ ମୂଲ୍ୟବୃଦ୍ଧିରେ ଅତିଷ୍ଠ ଆଶଙ୍କା କରୁଛନ୍ତି । ତୁରନ୍ତ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରି ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ ଯୋଗାଣ ବିଭାଗ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ରହ୍ମପୁରବାସୀ ସାଧାରଣ ଖାଉଟି ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here