ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡା ପରିବହନ ବିଭାଗ ର ଏଏସଆଇ ଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢ଼ାଉ

0
243

ବ୍ରହ୍ମପୁର, ୨୫/୦୨/୨୦୨୨: ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗ ରେ ଝାରସୁଗୁଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ଏଏସଆଇ ହରେକୃଷ୍ଣ ନାୟକ ଙ୍କ କାର୍ଯ୍ୟାଳୟ ସମେତ ୬ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।କଟକ ଭିଜିଲାନ୍ସ ସ୍ବତନ୍ତ୍ର ଜର୍ଜ ଙ୍କ ସର୍ଚ୍ଚ ଓ୍ବାରଣ୍ଟ ବଳରେ ୩ ଡିଏସପି, ୧୦ ଇନ୍ସପେକ୍ଟର ଙ୍କ ନେତୃତ୍ୱରେ ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ କଟକ,ପୁରୀ, ଝାରସୁଗୁଡା ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକା ସମୟରେ ଚଢ଼ାଉ ଜାରୀ କରିଛନ୍ତି।ଆଜି ହରେକୃଷ୍ଣ ନାୟକ ଙ୍କ ଝାରସୁଗୁଡ଼ା ପରିବହନ କାର୍ଯ୍ୟାଳୟ ଠାରେ ଥିବା ଅଫିସ ଏବଂ ଝାରସୁଗୁଡା ବିଜୁ ନଗର (ଓ୍ବାର୍ଡ-୯) ଠାରେ ଥିବା ଭଡା ଘର ସମେତ ବ୍ରହ୍ମପୁର ବୈଦ୍ୟନାଥ ଥାନା ଅନ୍ତର୍ଗତ ରାମନଗର ଠାରେ ନିଜ ନାମ ରେ ଥିବା ଗୋଟିଏ ଦୁଇ ମହଲା ଘର, ଲାଞ୍ଜିପଲ୍ଲି ଦୀପସାହି ସ୍ଥିତ ସମ୍ପର୍କୀୟ ଙ୍କ ଘର, କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ ଫ୍ରେଣ୍ଡସ କଲୋନୀ ରେ ଥିବା ଗୋଟିଏ ଦୁଇ ମହଲା କୋଠା, ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଥାନା ଅନ୍ତର୍ଗତ ମାଲୁଦ ଠାରେ ଗୋଟିଏ ଦୁଇ ମହଲା ନବନିର୍ମିତ କୋଠା ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ନଗଦ ୪,୪୬,୦୦୦ ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଅଧିକାରୀ ମାନେ ଠାବ କରିବା ସହ ତଦନ୍ତ ଚାଲୁ ରଖିଛିନ୍ତି।ତଦନ୍ତ ଶେଷରେ ପ୍ରକୃତ ଆକଳନ ଜଣାପଡିବ।


LEAVE A REPLY

Please enter your comment!
Please enter your name here