ଜିଲୁଣ୍ଡା ଗ୍ରାମର ନୀଳକଣ୍ଠେଶ୍ଵର ମହାଦେବ ଶୈବପୀଠ ରେ ମହାଶିବରାତ୍ରି ପାଳିତ

0
322

ପାତ୍ରପୁର,୦୧/୦୩/୨୦୨୨ (ଆଲୁ ଜୟ ପ୍ରକାଶ)ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜିଲୁଣ୍ଡା ଗ୍ରାମର ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ରେ ମହାଶିବରାତ୍ରି ବହୁ ଆଡ଼ମ୍ବରେ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି।ଆଜି ପ୍ରାୟ ସକାଳ ଠାରୁ ମହାଦେବଙ୍କ ନିକଟରେ ଦୀପକ ଲଗାଇ ଦିନ ରାତି ସାରା ମନ୍ଦିରରେ ରହି ଗ୍ରାମର ଅଧିକାଂଶ ଲୋକ ଜାଗରଣ ପାଳନ କରୁଥିବା ଦେଖିବାକୁ ମିଳିଛି l ମନ୍ଦିର ପରିସର ଫୁଲରେ ନୂଆ ରୂପରଙ୍ଗ ରେ ସଜେଇ ହୋଇଥିବାର ଦେଖିବାକୁ ମିଳିଛି l ଫୁଲର ସାଜସଜା ଭକ୍ତ ମାନଙ୍କ ମନ ମହିବା ସହ ଗ୍ରାମ ବାହାରୁ ଆସୁଥିବା ଦର୍ଶକ ମାନଙ୍କ ମନ ମଧ୍ୟ ମହିଛି l ଏହି ପୂନ୍ୟ ପର୍ବ ପାଳନ କରିବା ପାଇଁ ବହୁ ସଂଖ୍ୟକ ଆଖପାଖ ଅଞ୍ଚଳର ଭକ୍ତଙ୍କ ସମାଗମ ହେବାର ଦେଖିବାକୁ ମିଳିଛି। ଏଥି ନିମନ୍ତେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ସହ କୋଭିଡ କଟକଣା ପାଳନ ସହ ପୂଜା ଅର୍ଚ୍ଚନା ଆରମ୍ଭ କରିଛନ୍ତି। ଏହି ନୀଳକଣ୍ଠେଶ୍ଵର ମନ୍ଦିର ପରିସର ବହୁ ସୌନ୍ଦର୍ଯ୍ୟ ଉପଭୋଗ କରି ଚାଲନ୍ତି। ଉକ୍ତ ନୀଳକଣ୍ଠେଶ୍ଵର ମନ୍ଦିର ଏକ ପାହାଡ ଉପରେ ଥିବା ବେଳେ ଏହାର ଚତୁଃପାର୍ଶ୍ଵରେ ସୌନ୍ଦର୍ଯ୍ୟ ମୟ ଉପଭୋଗ କରିପାରୁଛନ୍ତି। ଏହି ମନ୍ଦିର ପରିଚାଳନା କମିଟି ସ୍ଥାନୀୟ ପାତ୍ରପୁର ପ୍ରଶାସନ ପକ୍ଷରୁ ସଭାପତି ବିଡ଼ିଓ, ସଂପାଦକ ଶ୍ରୀବତ୍ସ ପ୍ରଧାନ, ତହସିଲଦାର, ରେଞ୍ଜର ଓ ଥାନା ଅଧିକାରୀ ସମସ୍ତଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here