ମହାଶିବରାତ୍ରି ଉପଲକ୍ଷେ ଯୁବ ରେଡକ୍ରସ ର ସେବାକାର୍ଯ୍ୟ

0
237

ବୁଗୁଡା, ୦୨/୦୩/୨୦୨୨: ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ବୃନ୍ଦ ମହାଶିବରାତ୍ରି ଦିନ ବିଭିନ ସେବାକାର୍ଯ୍ୟ କରିବା ସହ ସଚେତନତା କାର୍ଯ୍ୟ କରିଥିବା ଜଣାପଡିଛି। ଯୁବ ରେଡକ୍ରସ ସଂସ୍ଥା ର ପରାମର୍ଶଦାତା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ବୃନ୍ଦ ବିଭିନ୍ନ ଶୈବପୀଠରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହ ପ୍ରାଥମିକ ଉପଚାର କେନ୍ଦ୍ର ଓ ଜଳଛତ୍ର ବ୍ୟବସ୍ଥା କରିଥିଲେ। ମାଣିତରାର କପିଳେଶ୍ୱର ମନ୍ଦିର, ଭୋଗଡ଼ାର ଉମାମହେଶ୍ୱର ମନ୍ଦିର, ନଗୁଡୁ ର ଅଗାଧେଶ୍ବର ମନ୍ଦିର, ମକାରାପଲ୍ଲୀର ରାମେଶ୍ୱର ମନ୍ଦିର ଓ କାନକୁଟୁରୁର ନୀଳକଣ୍ଠେଶ୍ବର ମନ୍ଦିର ଗୁଡିକରେ ଯୁବ ରେଡକ୍ରସ ସଂସ୍ଥାର ସ୍ୱେଚ୍ଛାସେବୀ ବୃନ୍ଦ ସେବାକାର୍ଯ୍ୟ କରିଥିଲେ। ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ସଂସ୍ଥାର ଏହି ସେବାକାର୍ଯ୍ୟ ପାଇଁ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here