କୋଦଳା ଏନଏସିରେ ବିଜେପି ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ସୂର୍ଯ୍ୟନାରାୟଣ ।

0
167

ବ୍ରହ୍ମପୁର, ୦୮/୦୩/୨୦୨୨ ( ଟୁକୁନା ପ୍ରଧାନ)-: ରାଜ୍ୟରେ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସିରେ ବିଜେପି ପକ୍ଷରୁ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ଯୁବନେତା ତଥା ସମାଜସେବୀ, ବ୍ୟବସାୟୀ ଏବଂ ସାମ୍ବାଦିକ ଶ୍ରୀ ସୂର୍ଯ୍ୟନାରାୟଣ ନାୟକ । ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ଶ୍ରୀ ନାୟକ ଭୋଟରଙ୍କୁ ସଚେତନ କରାଇବା ସହ ସ୍ବଚ୍ଛ, ଓ ଦୁର୍ନୀତି ମୁକ୍ତ ସହର ଗଠନ କରିବା ପାଇଁ ବିଜେପିକୁ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିବେ ବୋଲି କହିଛନ୍ତି । ସୂଚନା ମୁତାବକ ବିଜେପି, ବିଜେଡି, କଂଗ୍ରେସ ଦଳ ଦଳୀୟ ପ୍ରାର୍ଥୀ ଦେଇଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ମଧ୍ଯ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here