ମହିଳାମାନଙ୍କ ଦେଇ ସମାଜ ପ୍ରଗତି ଗତିଶୀଳ : ବରିଷ୍ଠ କଳାକାର ସଂଘ

0
532

ବ୍ରହ୍ମପୁର, ୦୮/୦୩/୨୦୨୨ :
କଳା ଓ କଳାକାର ହିତୈଷୀ ମହାମଞ୍ଚ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ମହିଳା ଶାଖା ତରଫରୁ ସ୍ଥାନୀୟ ପରକାଶମ୍ ହଲ୍ ପରିସରରେ ବିଶ୍ୱ ମହିଳା ଦିବସ ମହାସମାରୋହରେ ପାଳିତ ସୋଇଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବରିଷ୍ଠ ନୃତ୍ୟ ନିର୍ଦ୍ଦେଶିକା ତଥା ସାରସ୍ବତ ସାଧିକା ସ୍ଵୟଂସିଦ୍ଧା ସ୍ୱର୍ଣ୍ଣପ୍ରଭା ପାଢ଼ୀ, ବରିଷ୍ଠ ସାରସ୍ଵତ ସାଧିକା କିରଣ ବାଳା ମିଶ୍ର, ଓଟିଭି ଫେମିଲି କାଉନସିଲର ସଂଯୁକ୍ତା କର, ସାମ୍ବାଦିକ ତଥା ବେତାର ଉଦୋଘଷିକା ତନୁଶ୍ରୀ ନାହାକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କଳାକାର ସଂଘ ପକ୍ଷରୁ ମହିଳା ଦିବସ ପାଳନ ଓ ମହିଳାଙ୍କୁ ସମ୍ମାନ ପ୍ରଦର୍ଶନ ଭିତରେ ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ କାର୍ଯ୍ୟକ୍ରମ ଏକ ଅଭିନବ ପରିକଳ୍ପନା ବୋଲି ମତବ୍ୟକ୍ତ କରିଥିଲେ । ସଂଘ ତରଫରୁ ଅନୁରାଧା ପାଣି ମଞ୍ଚାଷିନ ଥିଲେ । ସଂଘ ସଂପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ, ଗୀତା ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ୱୟଂସିଦ୍ଧା ଶ୍ୱର୍ଣ୍ଣପ୍ରଭା ପାଢ଼ୀ, ସାରସ୍ଵତ ସାଧିକା କିରଣ ବାଲା ମିଶ୍ର, ଓଟିଭି ଫେମିଲି କାଉନସିଲର ସଂଯୁକ୍ତା କର, ନକ୍ଷତ୍ର ଟିଭି ବ୍ୟୁରୋଚିଫ୍ ତନୁଶ୍ରୀ ନାହାକ, ଲୋକ ନୃତ୍ୟ ନିର୍ଦ୍ଦେଶକ ଜି. କାମରାଜୁ ପାତ୍ର ପ୍ରମୁଖ ଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଗୀତା ସ୍ୱାଇଁ, ବନ୍ଦନା ମହାପାତ୍ର, ଚାନ୍ଦମାମା ବେହେରା, ରଜନୀ ପ୍ରମୁଖ ବହୁ ସଦସ୍ୟା ସେମାନଙ୍କ ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ । ଜି. କାମରାଜୁ ପାତ୍ର ନିର୍ଦ୍ଦେଶିତ ଲୋକନୃତ୍ୟ ନବ ରଙ୍ଗ ଗାହାଣ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ବଳଦେବ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ହୃଷୀକେଶ ହୋତା, ଜୟକୃଷ୍ଣ ପଟ୍ଟନାୟକ, ହରିଶ୍ଚନ୍ଦ୍ର ଦାସ, ପ୍ରଫୁଲ୍ଲ ବେହେରା, ମମତା ମିଶ୍ର, ପିଙ୍କି ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here