ପିପୁଲସ କଲେଜ : ବିଶ୍ୱ ମହିଳା ଦିବସ ଉପଲକ୍ଷେ ଆଲୋଚନା ଚକ୍ର

0
206

ବୁଗୁଡା, ୦୮/୦୩/୨୦୨୨ : ମାର୍ଚ୍ଚ ୮ ତାରିଖ ଦିନ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବୁଗୁଡା ପିପୁଲସ କଲେଜ ର ରାଜନୀତି ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ରାଜନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଉଦଘାଟନ କରିବା ସହ ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ। ରାଜନୀତି ବିଭାଗ ଅଧ୍ୟାପକ ବିନୋଦ କୁମାର କର ମହିଳାମାନେ କିପରି ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ଯାଇପାରିବେ ସେହି ବିଷୟରେ ଦିଗଦର୍ଶନ ପ୍ରଦାନ କରିଥିଲେ। ଅଧ୍ୟାପକ ଲୋକନାଥ ବେହେରା ନିଜ ବକ୍ତବ୍ୟରେ ପୁରୁଷ ଓ ମହିଳା ଉଭୟଙ୍କ ଦକ୍ଷତା ଥିବାବେଳେ ଉଭୟ ମିଶି କାମକଲେ ସମାଜ ଅଗ୍ରଗତି ହୋଇପାରିବ ବୋଲି କହିଥିଲେ। ଛାତ୍ରୀ ଚିନ୍ମୟୀ ସାହୁ, ଶିବାନୀ ପୋଲାଇ, ନନ୍ଦିନୀ ବିଶ୍ୱାଳ, ପ୍ରିୟଦର୍ଶନୀ ପାଢ଼ୀ ଓ ସ୍ମୃତିଶିଖା ପ୍ରଧାନ ଆଲୋଚନା ଚକ୍ର ପାଇଁ ଉଦ୍ଦିଷ୍ଟ ସନ୍ଦର୍ଭ ” ଲିଙ୍ଗଗତ ସମାନତା : ବର୍ତ୍ତମାନ ପରିସ୍ଥିତିରେ ଏହାର ପ୍ରତିଫଳନ ” କୁ ପାଠ କରିଥିଲେ। ଏହି ଶୀର୍ଷକ ଉପରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କ ମଧ୍ୟରେ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଛାତ୍ରୀ ପୂଜା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here