ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଠାରସିଂ ପଞ୍ଚାୟତ ର ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ଦୁର୍ଯ୍ୟୋଧନ

0
200

ରଙ୍ଗେଇଲୁଣ୍ଡା,୧୧/୦୩/୨୦୨୨:
ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଠାରସିଂ ପଞ୍ଚାୟତ ର ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ଦୁର୍ଯ୍ୟୋଧନ। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଉତ୍ସବ ଆୟୋଜନ କରି ନବ ନିର୍ବାଚିତ ସଦସ୍ୟ ମାନଙ୍କ ଗହଣରେ ସରପଞ୍ଚ ଦାୟିତ୍ୱ ଗହଣ କରିଛନ୍ତି। ଏଥି ସହିତ ନାଏବ ସରପଞ୍ଚ ଭାବେ ସର୍ବସମ୍ମତି କ୍ରମେ ୱାର୍ଡ଼ ସଭ୍ୟ ମାନଙ୍କ ଦ୍ଵାରା ଚୟନ କରାଯାଇଥିଲା। ପଞ୍ଚାୟତ ନିର୍ବାଚନ ଅଧିକାରୀ ଅଶ୍ଵିନୀ ସୁବୁଦ୍ଧି ଙ୍କ ଉପସ୍ଥିତି ରେ ୱାର୍ଡ଼ ସଭ୍ୟ ମାନଙ୍କ ସର୍ବସମ୍ମତି କ୍ରମେ ନାଏବ ସରପଞ୍ଚ ଭାବେ ଜି. ଚିଟାମ୍ମା ନିର୍ବାଚିତ ହୋଇଥିଲେ। ସରପଞ୍ଚ ଦୁର୍ଯ୍ୟୋଧନ ରେଡ୍ଡୀ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ,ସେ ଦେଶ ପାଇଁ ସେବା କରିବା ପରେ ସମାଜ ସେବା କରିବା ପାଇଁ ମନ ବଳାଇ ଥିଲେ। ସେଥି ପାଇଁ ସରପଞ୍ଚ ହେବା ପାଇଁ ଆଶା ରଖିଥିଲେ। ପଞ୍ଚାୟତବାସୀ ସରପଞ୍ଚ କରି ଜିତାଇ ଥିବାରୁ ସମସ୍ତ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ପାଞ୍ଚ ବର୍ଷ କାର୍ଯ୍ଯ କାଳରେ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇ ଅଞ୍ଚଳର ସେବା କରିବା ପାଇଁ ପଞ୍ଚାୟତ ବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଥିବା ୱାର୍ଡ଼ ସଭ୍ୟ ମଧ୍ୟରୁ ପାକା ସିମାଦ୍ରି, ବାସଲା ସାବିତ୍ରୀ, ମାଦି ଲାଛନା, ବୋଦି ପ୍ରଭାତୀ, ମାଉଡ଼ି ସୂରେୟା, ଚିନି ଉମା, ଏନ୍. ନିମେୟା ରେଡ୍ଡୀ
ନନ୍ଦିନୀ ରେଡ୍ଡୀ, ଚିନ୍ନି ଧର୍ମା ରେଡ୍ଡୀ ସହ ଗ୍ରାମର ନାଇଡ଼ୁ, ଏନ. ନୋକା ରେଡ୍ଡୀ, ଡି.ଭରତ ରେଡ୍ଡୀ, ଏନ୍ ଚେନ୍ଦ୍ରୟା ରେଡ୍ଡୀ, ଏନ୍.ନବୀନ ରେଡ୍ଡୀ, ଡି.ମୁନି ପୂର୍ବତନ ସରପଞ୍ଚ ସିଏଚ୍. କୁରେଶ ରେଡ୍ଡୀ, ପ୍ରମୁଖ ଉପସ୍ଥିତ ରହି ଥିଲେ।

LEAVE A REPLY

Please enter your comment!
Please enter your name here