ପାତ୍ରପୁରରେ ଆଇନ ସଚେତନତା ରଥ ପରିକ୍ରମଣ

0
406

ପାତ୍ରପୁର, ୧୧/୦୩/୨୦୨୨: ଗଞ୍ଜାମ ଜିଲ୍ଲା ପାତ୍ରପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପକ୍ଷରୁ ଆଜି ଆଇନ ସଚେତନତା ରଥ ପରିକ୍ରମଣ କରିଅଛି । ସ୍ଥାନୀୟ ବିଚାର ବିଭାଗୀୟ କର୍ମଚାରୀ ଏବଂ ପାତ୍ରପୁର ଓକିଲ ସଂଘ ସଦସ୍ୟଙ୍କ ଉପସ୍ଥିତିରେ ବିଚାରପତି ବିଷ୍ଣୁପ୍ରିୟା ସାମନ୍ତରାୟ ଆଇନ ସଚେତନତା ରଥକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ବରିଷ୍ଠ ନାଗରିକ , ଶିଶୁ , ମହିଳା ଓ କିନ୍ନର ଆଦି ନିମ୍ନ ଆୟକାରୀଙ୍କ ପାଇଁ ଉଦ୍ଧିଷ୍ଟ ଏହି ସେବା ଯୋଜନାରେ ବାର୍ଷିକ ଆୟ ଦୁଇ ଲକ୍ଷ ଟଙ୍କାରୁ କମ୍ ଥିବା ହିତାଧିକାରୀଙ୍କୁ ଏହି ସେବା ନିଶୁଳ୍କ ଥିବାରୁ ଆଇନ ସେବା କମିଟି ତରଫରୁ ମାଗଣା ଓକିଲ ଯୋଗାଇ ଦିଆଯିବା ବ୍ୟବସ୍ଥା ରହିଅଛି । ଜନସାଧାରଣଙ୍କୁ ଏଥିପ୍ରତି ନଜର ରଖି ସମାଜର ନିମ୍ନ ବର୍ଗର ନିରୀହ ନିଷ୍ପେସିତ ବର୍ଗଙ୍କୁ ଏହାର ସୁଯୋଗ ନେବାପାଇଁ ସଚେତନତା କରାଯାଇଥିଲା । ପାତ୍ରପୁର ଜେଏମ୍ ଏଫ୍ ସି ପରିସରରୁ ଆରମ୍ଭ ହୋଇଥିବା ଏହି ଆଇନ ସଚେତନତା ରଥ ପାତ୍ରପୁର ବସଷ୍ଟାଣ୍ଡ ,ଗୁଣ୍ଡିଚା ମନ୍ଦିର , ଜେନା ସାହି ଆଦି ପରିକ୍ରମା କରିବା ସହିତ ଅଞ୍ଚଳର ପ୍ରମୁଖ ସ୍ଥାନରେ ସଚେତନତାର ବାର୍ତ୍ତାକୁ ପ୍ରଚାର କରିଥିଲା ।

LEAVE A REPLY

Please enter your comment!
Please enter your name here